banner
Breaking

କଳିଙ୍ଗ ହସ୍ପିଟାଲରେ ପଞ୍ଝା ମାରିଲା ଡ୍ରଗ୍ସକଣ୍ଟ୍ରୋଲ। ଅନ୍ୟମାନଙ୍କର କୋକୁଆ ଭୟ

0

ଭୁବନେଶ୍ବର ,(ଓଡ଼ିଆ ନ୍ୟୁଜ): ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ଶାଖା ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ ରୋଗୀଙ୍କୁ ଦିଆଯାଉଥିବା ନିମ୍ନମାନର ଔଷଧ ଜବତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୨ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍ ଚଢାଉ କରିବା ସହ ଏହି ସାମଗ୍ରୀ ସବୁ ଜବତ କରି ଫର୍ମ ୧୫ ରେ ଫ୍ରିଜ କରିଥିଲେ । ଏହାପୂର୍ବରୁ ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲର କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ସହ ବିବାଦ ଘେରକୁ ଆସିଥିଲେ । ଯେଉଁଥିପାଇଁ ପରବର୍ତ୍ତୀ ସମୟରେ କଳିଙ୍ଗ ହସ୍ପିଟାଲକୁ ବହୁମୂଲ୍ୟ ଦେବାକୁ ପଡିଥିଲା । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡିଥିଲା କଳିଙ୍ଗ ହସ୍ପିଟାଲ । ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ବିଧାନସଭାରେ ଉଠିବାରୁ ଏହା ଉପରେ ବାଚସ୍ପତି ରୁଲିଂ ଦେଇଥିଲେ । ପରେ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ କମିଟି ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବା ପରେ କଳିଙ୍ଗ ହସ୍ପିଟାଲ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଖାଲି ସେତିକି ନୁହେଁ ନିମ୍ନ ମାନର ଔଷଧ ଦେଉଥିବା ସମସ୍ତ ହସ୍ପିଟାଲରେ ଚଢ଼ାଉ ଜାରି ରହିବ ବୋଲି ଡାଇରକ୍ଟର ମାମିନା ପଟ୍ଟନାୟକ କହିଛନ୍ତି। ଫ୍ରିଜ ହୋଇଥିବା ଔଷଧର ପରୀକ୍ଷା ରିପୋର୍ଟ ଆସିଲାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Khansweb Solution Bhubaneswar

Leave A Reply

Your email address will not be published.