banner
Breaking

ସେଭେନ୍ ଇଲେଭେନ୍ କାଫେ ଓ ରେଷ୍ଟୁରାଣ୍ଟ ଉଦଘାଟିତ

0

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ହରିଦାସପୁ୍ର, ନହରକଣ୍ଟାରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଣ୍ଟ “7ven 11ven” କୁ ଆଜି ଭୁବନେଶ୍ୱର ଉତ୍ତର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ସମ୍ମାନିତା ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ବିଜେଡି ନାରୀ ନେତ୍ରୀ ତଥା କେନ୍ଦ୍ର ସରକାରଙ୍କ ନ୍ୟାସନାଲ କାଉସିଲ୍ ଫର୍ ଟ୍ରାନସଜେଣ୍ଡର ପରସନସ୍ (ଏନସିଟିପି) ର ପୁର୍ବାଞ୍ଚଳ ସଦସ୍ୟା ଶ୍ରୀମତୀ ମିରା ପରିଡ଼ା ଯୋଗ ଦେଇଥିଲେ।
ପାଖଆଖର ଜନବସତିକୁ ଆଖି ଆଗରେ ରଖି ସେମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ଉତ୍ତମ ମାନର ଖାଦ୍ୟ ଯୋଗେଇଦବାକୁ ବିଦେଶ ଚାକିରୀ ଛାଡ଼ି ଯୁବ ଶିଳ୍ପଦ୍ୟୋଗି ଶ୍ରୀ ଦେବାଶୀଷ ପଟ୍ଟନାୟକ ଓ ସାନଭାଇ ଦେବଦତ୍ତ ପଟ୍ଟନାୟକ ନିଜ ଜନ୍ମମାଟିରେ ୟେଭଳି ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଆଗେଇ ଆସିଛନ୍ତି।
7ven 11ven ନାମରେ ଏକ କାଫେ କମ୍ ରେଷ୍ଟୁରାଣ୍ଟ ସାଙ୍ଗକୁ ଏକ ଅମୁଲ୍ ପାର୍ଲୋର ଖୋଲିଛନ୍ତି।
ସକାଳ ସାତରୁ ରାତି ଏଗାରଟା ପର୍ଯ୍ୟନ୍ତ ଏଠାରେ ଜଳଖିଆ ଓ ଭୋଜନ ମିଳିବ।ଦୁଇ କିମି ପରିଧୀ ଭିତରେ ହୋମ୍ ଡେଲିଭରୀର ସୁବିଧା ମଧ୍ୟ ଉପଲବ୍ଧ। ନିଜ ଭିଟାମାଟିରେ ବାସ କରୁଥୁବା ଲୋକମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ଉନ୍ନତ ମାନର ସମ୍ପୁର୍ଣ୍ନ ହାଇଜେନିକ ମାନର ଖାଦ୍ୟ ଯୋଗେଇଦବାକୁ ୟେ ରେଷ୍ଟୁରାଣ୍ଟ ପ୍ରତିଶୃତିବଦ୍ଧ।ବାର୍ଥଡେ, ମ୍ୟାରେଜ୍ ଆନିଭର୍ସାରୀ, ରିଙ୍ଗ୍ ସେରେମନି ଭଳି ବିଭିନ୍ନ ପ୍ରକାର ପାର୍ଟିର ଆୟୋଜନ ପାଇଁ ଉପର ମହଲାରେ ସମସ୍ତ ଅତ୍ୟାଧୁନିକ ସୁବିଧା କରାଯାଇଛି। କମ୍ ଦିନ ଭିତରେ ବେକେରୀ ଆଇଟମ ତିଆରି କରାଯାଇ ବିକ୍ରୟ କରିବାକୁ ଯୋଜନା ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.