banner
Breaking

ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ନୂତନ ପରିକଳ୍ପନା

0

ଭୁବନେଶ୍ୱର – ଶିକ୍ଷା କେବେ ସରେ ନାହିଁ । ଏକ ସୁସ୍ଥ, ସୁନ୍ଦର ଓ ଶିକ୍ଷିତ ସମାଜ ଗଠନ ପାଇଁ ସୁଶିକ୍ଷାର ଆବଶ୍ୟକତା ରହିଛି । ଆଦର୍ଶ ପରିବାର, ଗାଁ ,ସହର, ରାଜ୍ୟ, ରାଷ୍ଟ୍ର ଓ ସମାଜ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜଣେ ପରିପକ୍ୱ ଶିକ୍ଷକ ହେଉଛନ୍ତି ସମାଜର ଦିଗ୍‌ଦର୍ଶକ । ସମାଜର କଷଟି ପଥରରେ ଛୋଟରୁ ବଡ ପର୍ଯ୍ୟନ୍ତ ଘସି ହୋଇ ଅନୁଭୂତି ବା ଶିକ୍ଷା ଅର୍ଜନ କରିଥିବା ବରିଷ୍ଠ ନାଗରିକ ଏବେ ପଢିବେ ଓ ପଢାଇବେ । ବିରିଷ୍ଠ ନାଗରିକଙ୍କ ଅନୁଭୂତିର ଶିକ୍ଷାରେ ବ୍ୟକ୍ତିର ଚରିତ୍ର ଗଠନ ଓ ସୁସ୍ଥ, ସୁନ୍ଦର ସମାଜ ଗଠନ ହୋଇ ପାରିବ ବୋଲି ବରିଷ୍ଠ ନାଗରିକ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସଭାପତି ଡ. ମଧୁମାଧବ ଜେନା କହିଛନ୍ତି । ଏବଂ ଏଭଳି ଏକ ନୂତନ ପରିକଳ୍ପନା କରିଥିବା ବିଦ୍ୟାଳୟର ନିର୍ଦ୍ଦେଶିକା ଶିକ୍ଷାବିତ୍ ଲୀନା ଦତ୍ତଙ୍କୁ ପ୍ରଶଂସା କରିଛନ୍ତି । ଆଜି ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ଠାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ବିଜୟ କୁମାର ଜେନା, ବରିଷ୍ଠ ପୁଲିସ ଅଧିକାରୀ ଧୀରେନ ବାରିକ ପ୍ରମୁଖ ଯୋଗଦେଇ ବୃଦ୍ଧ ବୟସରେ ବିଦ୍ୟାଳୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ସଭାପତି ପ୍ରଭାସ କୁମାର ପଟ୍ଟନାୟକ କହିଥିଲେ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ସେମାନେ ଘରେ ବାନ୍ଧି ହୋଇ ରହିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ଓ ମାନସିକ ସମସ୍ୟା ଦେଖା ଯାଉଛି । ଏହାକୁ ଦୂରିଭୂତ କରିବା ପାଇଁ ଆମ୍ଭେମାନେ ଏପରି ଏକ ପରିକଳ୍ପନା କରିଛୁ । ଯେଉଁଠାରେ ବରିଷ୍ଠ ନାଗରିକ ମାନେ ପଢିବେ, ଖେଳିବେ, ନାଚିବେ, ଗାଇବେ, ପୁରାଣ ଶାସ୍ତ୍ର ଅଧ୍ୟୟନ କରିବେ ଓ ନିଜର ଅନୁଭୂତିକୁ ସମସ୍ତଙ୍କୁ ବାଣ୍ଟିବେ ଏବଂ ଆଗାମୀ ପିଢିକୁ ଶିକ୍ଷା ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶତାଧିକ ବରିଷ୍ଠ ନାଗରିକ ମାନେ ଯୋଗଦାନ କରିଥିଲେ । ଏହାର ମୁଖ୍ୟ ସଂଯୋଜକ ଆଇନଜୀବି ବିଜୟ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.