banner
Breaking

ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ଉପରେ ଜାତୀୟ ସମ୍ମିଳନୀ

0

ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶାର ମିଳିତ ଆନୁକୂଲ୍ୟରେ “ଜଳବାୟୁ ପରିବର୍ତ୍ତନ ପଦକ୍ଷେପ- ନେଟ୍ ଜିରୋ ହାସଲ କରିବା ପାଇଁ ବିକଳ୍ପ ଶକ୍ତି ଏବଂ ଗତିଶୀଳତା ସମାଧାନ” ଉପରେ ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଆଇଏଫ୍‌ଏସ୍‌, ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡ଼, ଓଡ଼ିଶା, ଡ଼କ୍ଟର କେ. ମୁରୁଗେସନ୍ ଯୋଗଦାନ କରି କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି । ପରିବେଶ, ଜଳବାୟୁ ପରିବର୍ତ୍ତନ ବିପଦ ଆମ ଅନୁମାନ ଠାରୁ ଗଭୀର । ତ୍ୱରିତ ଶିଳ୍ପାୟନ, ମାନବ କାର୍ଯ୍ୟକଳାପ ଏହାର ଉପରେ ବିପର୍ଯ୍ୟସ୍ତ ପ୍ରଭାବ ପକାଇଥାଏ । ଏହାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେଇ ଆମେ ଦୃଷ୍ଟି ଦେବା ଆବଶ୍ୟକ । ତତ୍‌ସହିତ କାର୍ଯ୍ୟକାରୀ ନିର୍ଦ୍ଦେଶକ ଓଡ଼ିଶା ଷ୍ଟେଟ୍ ଡ଼ିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି, ଓଡ଼ିଶା ସରକାରଙ୍କର ଡ଼କ୍ଟର ଜ୍ଞାନ ରଞ୍ଜନ ଦାସ (ଆଇଏଏସ୍‌) ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଗ୍ଲୋବାଲ୍ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବ ସଭ୍ୟତା ବିପଦପୂର୍ଣ୍ଣ ହେବା ସହ ବିଭିନ୍ନ ପ୍ରାକୃତିକ ଦୁର୍ବିପାକମାନ ଦେଖାଯାଉଛି ଯାହା ମାନବ ସଭ୍ୟତା ପାଇଁ ସତର୍କ ସୂଚନା । ଏ ନେଇ ଆମ୍ଭେମାନେ ସମସ୍ତେ ଯତ୍ନବାନ୍ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉପଦେଷ୍ଟା ମିନେରାଲ୍ ଓ ମେଟାଲ୍ କମିଟି, ଆଇସିସି ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍‌, ଆଇନ୍ ମୁଖ୍ୟ, କର୍ପୋରେଟ୍ ଏଫାୟାର୍‌ସ୍‌, ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ଼୍ ମନିଶ୍ ଖରଭନ୍ଦା, ନିର୍ଦ୍ଦେଶକ ଇଫ୍‌କୋ କେ.ଜେ ପଟେଲ୍‌, ମୁଖ୍ୟ ସଦସ୍ୟ, ଉପଦେଷ୍ଟା, ଆବାହକ (ଖଣିଜ ପଦାର୍ଥ ଓ ଧାତୁ କମିଟି), ଆଇସିସି ଓଡ଼ିଶା କାଉନ୍‌ସିଲ୍ ଓ ନିର୍ଦ୍ଦେଶକ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ଼୍ ପଙ୍କଜ ସତୀଜା, ଡ଼େପୁଟି ଡ଼ାଇରେକ୍ଟର ଜେନେରାଲ୍‌, ଜଙ୍ଗଲ ବିଭାଗ, ଭାରତ ସରକାରଙ୍କର ଏ.ଟି ମିଶ୍ର (ଆଇଏଫ୍‌ଏସ୍‌) ଯୋଗଦେଇ ଜଳବାୟୁ ପରିବର୍ତ୍ତନ ନୀତି ସଂକଳ୍ପ ଏବଂ ରଣନୀତି ଏବଂ ଶକ୍ତି ବୈଷୟିକ ବିକାଶର ବିଭିନ୍ନ ବିକଳ୍ପ ଉତ୍ସ ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ, ଆଇସିସି ଷ୍ଟେଟ୍ କାଉନ୍‌ସିଲ୍ ଜେ.ବି ପାଣି ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଭାରତ ବିକାଶଶୀଳ ଦେଶ ହୋଇ ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ଉପରେ ଅଧିକ ନିର୍ଭରଶୀଳ ଯାହାକି ଅଙ୍ଗାରକାମ୍ଳ ନିର୍ଗମନର ମୁଖ୍ୟ କାରଣ । ଗ୍ଲୋବାଲ୍ ୱାର୍ମିଂର ସରଳ ସମାଧାନ ତଥା ପରିବେଶ ରକ୍ଷା କ୍ଷେତ୍ରରେ ସମସ୍ତେ ଆଗକୁ ଆସିବା ଉଚିତ୍ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆବାହକ ଇଏସ୍‌ଏଚ୍ କମିଟି ଆଇସିସି ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍ ଡ଼କ୍ଟର ଏନ୍‌.ଆର୍ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ମାନବ ବିଶ୍ୱସ୍ତରୀୟ ପରିବେଶ ଚ୍ୟାଲେଞ୍ଜ ଭାବରେ ସ୍ୱୀକୃତ ହୋଇଛି । ଯଦି ସମୟାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏହା ଆମ ବିଶ୍ୱକୁ ପ୍ରଭାବିତ କରିବ । ଜଳବାୟୁ ପ୍ରଣାଳୀର ଉଷ୍ମତା ଏକତରଫା, ଯେହେତୁ ବର୍ତ୍ତମାନ ବିଶ୍ୱର ହାରାହାରି ବାୟୁ ଏବଂ ସମୁଦ୍ରର ତାପମାତ୍ରା ବୃଦ୍ଧି, ତୃଷାର ଏବଂ ବରଫର ବ୍ୟାପକ ତରଳିବା ଏବଂ ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଏହା ସ୍ପଷ୍ଟ ହୋଇଛି । ଏହା ସମସ୍ତ ଦେଶ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଭାରତ ପରି ବିକାଶଶୀଳ ଦେଶମାନଙ୍କ ପାଇଁ ଏହାର ଦୁର୍ବଳତା, ଅନୁପଯୁକ୍ତ ଉପାୟ ଏବଂ ଏହାର ପ୍ରଭାବ ସହିତ ଖାପ ଖାଇବା ପାଇଁ ସୀମିତ କ୍ଷମତାକୁ ଦୃଷ୍ଟିରେ ରଖି ଏହା ଗୁରୁତର ଅଟେ । ଐତିହାସିକ ପ୍ୟାରିସ ଚୁକ୍ତିନାମା ସ୍ୱାକ୍ଷର ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଅଟେ ଯାହା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାର ସମସ୍ତ କାରଣକୁ ସମସ୍ତ ଦେଶକୁ ଏକତ୍ର କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ଉପରେ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ଅତିଥିମାନେ ଯୋଗଦାନ କରିଥିଲେ । ଆଇସିସି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା କାଉନ୍‌ସିଲ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ପାଲ୍‌ଙ୍କ ସହ ଆଇସିସିର ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.