banner
Breaking

ଗୌସିଆ ମସଜିଦରେ ବୃକ୍ଷ ରୋପଣ

0

ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ଅର୍ନ୍ତଗତ ସୈନିକ ସ୍କୁଲ ନିକଟସ୍ଥ ଗୌସିଆ ମସଜିଦ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମସଜିଦ କମିଟିର ସମ୍ପାଦକ ଦିଲଦାର ମହମଦଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ସମ୍ମାନିତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ୯ ଓ ୧୦ ନମ୍ବର ଓାର୍ଡର କର୍ପୋରେଟର ଓ ଅନ୍ୟ ମାନଙ୍କ ମଧ୍ୟରେ ମସଜିଦ କମିଟିର ଉପଦେଷ୍ଟା ତଥା ଆଇନଜୀବୀ ହାସନ୍ ଖାନ୍‌, ମୋଲବି ମହସିନ୍ ରାଜା, ଯୁବନେତା ଚଗଲା ଜେନା, ଗଗନ ବିହାରୀ ପଣ୍ଡା, ଇଂ ଏମ୍ ଆର ଖାନ୍‌, ସେକ୍ ବାବୁ ପ୍ରମୁଖ ଯୋଗଦେଇ ମସଜିଦ ପରିସରରେ ଅମ୍ବ, ପଣସ ଓ ନଡିଆ ଇତ୍ୟାଦି ଚାରା ରୋପଣ କରିଥିଲେ । ସଭାପତି ମହମ୍ମଦ ସିକନ୍ଦର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.