banner
Breaking

ଭୁବନେଶ୍ୱରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ରାଜଧାନୀରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ଶ୍ୱେତା ଉତ୍କଳ କୁମାରୀ। ଏକ ଆପାର୍ଟମେଣ୍ଟରୁ ତାଙ୍କର ଡାଏରୀ ଏବଂ ମୋବାଇଲ ଜବତ ହୋଇଛି।

ଶୁକ୍ରବାର ରାତିରେ ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟରେ ଶ୍ୱେତା ଆତ୍ମହତ୍ୟା କରିଥିବା ବେଳେ ରବିବାର ଜଣାପଡ଼ିଥିଲା। ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ। ତାଙ୍କ ଘର ଭଦ୍ରକରେ। ଶ୍ବେତା ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଫୋନ୍‌ ସୁଇଚ ଅଫ୍‌ ଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରି ପାରି ନ ଥିଲେ ।
ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ। ପୋଲିସ ଅପାର୍ଟମେଣ୍ଟରୁ ମୃତଦେହ ସହ ଏକ ଡାଏରୀ ଓ ମୋବାଇଲ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଚାକିରିର ମାନସିକ ଚାପ ନା କେଉଁ ଚାପରେ ଶ୍ବେତା ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ।

Khansweb Solution Bhubaneswar

Leave A Reply

Your email address will not be published.