banner
Breaking

ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ

0

ଭୁବନେଶ୍ବର: ହସ୍ତତନ୍ତ ସାମଗ୍ରୀ ଫିକି ମହିଳା ଶାଖା ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ପଞ୍ଜାବର ଲୁଧିଆନାରେ ଥିବା ପାଭିଲିଅନ ମଲ୍‌ରେ ଓଡ଼ିଶା ବୁଣାକାରଙ୍କ ସାମଗ୍ରୀ ପ୍ରଦର୍ଶନ ଓ
ବିକ୍ରି ପାଇଁ ସ୍ଵତନ୍ତ୍ର କଳିଙ୍ଗରୂପ ସୋ ରୁମ୍ ଖୋଲାଯାଇଛି। ପରିଚୟ ସହଯୋଗରେ ଖୋଲିଥିବା ଏହି ସୋ ରୁମ୍‌ରେ ମାଣିଆବନ୍ଧ ଓ ଅନ୍ୟ ହସ୍ତତନ୍ତ ଶାଢୀ ଓ ଅନ୍ୟ ପୋଷାକ ଉପଲବ୍ଧ ହେବ। ବିକ୍ରି ହେଉଥିବା ସାମଗ୍ରୀର ଲାଭ ସିଧାସଳଖ ବୁଣାକାରଙ୍କ ପାଖରେ ପହଞ୍ଚାଯିବ ବୋଲି ପରିଚୟ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ କହିଛନ୍ତି।
ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏହି ସୋ ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଲୁଧିଆନା ଏମଏସଏମଇ ନିର୍ଦ୍ଦେଶିକା ବରିନ୍ଦର ଶର୍ମା, ଏମଏସ୍ଏମଇ ସହକାରୀ ନିର୍ଦ୍ଦେଶକ କୁନ୍ଦନଲାଲ, ଫିକି ଏଫ୍ଏଲଓର ଖଦୀ ଗ୍ଲୋବାଲ ନିର୍ଦ୍ଦେଶକ ମୋନିକା ଚୌଧୁରୀ, ଏଫ୍ଏଲଓ ଅଧ୍ୟକ୍ଷା ନେହା ଗୁପ୍ତା, ପଦ୍ମଶ୍ରୀ ରଜନୀ ବେକଟାର, ସନମ ମେହେରା, ରୂପଶୀ ୱାଧାୱାନ, ଆଶୁ ଖୁରାନା, ଆଇନା ଗର୍ଗ, ନିଧି ଅଗ୍ରୱାଲ, ହରଲୀନ ଜୈନ୍, ନୀତୁ ବିଶ୍ ଓ ଡ. ପ୍ରୀତି ଭୋରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.