banner
Breaking

ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ-୨୦୨୨

0

ଭୁବନେଶ୍ୱର : ଏଆଇସି-ନାଳନ୍ଦା, ଷ୍ଟାର୍ଟ ଅପ୍ ଓଡିଶା, ୟୁସିସିଆଇଏଲ୍ ଏବଂ ଫ୍ଲୁଇଡ୍ ଭେଞ୍ଚର୍‌ର ମିଳିତ ପ୍ରୟାସରେ ଆୟୋଜିତ
ସର୍ବବୃହତ୍ତ ମେଣ୍ଟର-ଇନ୍‌ଭେଷ୍ଟର-କନେକ୍ଟ ଫେଷ୍ଟ “ଓଡିଶା ଷ୍ଟାର୍ଟ ଅପ୍ କାର୍ଣ୍ଣିଭାଲ ୨୦୨୨ ଆୟୋଜିତ ହୋଇଯାଇଛି । ଦେଶର
ବିଭିନ୍ନ କ୍ଷେତ୍ରରୁ ତଥା ଭୁବନେଶ୍ୱରରୁ ୪୦ରୁ ଉର୍ଦ୍ଧ୍ୱ ପରାମର୍ଶଦାତା ଓ ନିବେଶକ ଏଥିରେ ଯୋଗ ଦେଇଥିଲେ । ୪ ଜୁଲାଇ
୨୦୨୨ରେ ଉଦ୍‌ଘାଟିତ ହୋଇଥିବା ଏହି ନେଟୱର୍କିଂ ଅଧିବେଶନ ଅଦ୍ୱିତୀୟ ପ୍ରଶଂସା ଲାଭ କରିଥିଲା । ରାଜ୍ୟରେ ଥିବା ବିଭିନ୍ନ
ସରକାରୀ ସଂସ୍ଥା, ଶିଳ୍ପ ସଂପ୍ରଦାୟ ଏବଂ ଜ୍ଞାନ କେନ୍ଦ୍ରଗୁଡିକ ଏଥିରେ ଅଂଶୀଦାର ହେବେ ଏବଂ ଏହା ଓଡିଶାର ଷ୍ଟାର୍ଟ ଅପ୍ ଇକୋ
ସିଷ୍ଟମ୍‌କୁ ଜ୍ଞାନ, ମେଣ୍ଟରସିପ୍ ଓ ନିବେଶ ଆଧାରରେ ସକାରତ୍ମକ ଫଳାଫଳ ସହିତ ବଡ ସଫଳତା ପ୍ରଦାନ କରିବ । ଏହି ଅବସରରେ
ଷ୍ଟାଟ୍ ଅପ୍ସ, ଇନୋଭେଟର ଓ ସକ୍ଷମକାରୀମାନଙ୍କୁ ଏକ ବୃହତ୍ତ ପ୍ଲାଟଫର୍ମ ମିଳିଥିବା ସହିତ ପ୍ରିଭିଲେଜ କ୍ଲବ୍ ଅଫ୍ ୫୦ର ଘୋଷଣା
କରାଯାଇଥିଲା । ଏଥିରେ ଲୋକପ୍ରିୟ ଗାୟକ ସୁଖବୀର ସିଂ ଓଡିଶାର ଷ୍ଟାର୍ଟ ଅପ୍ ଗୁଡିକର ବାଧାବିଘ୍ନ ଦୂର କରିବାରେ ଓ ସଫଳତାକୁ
ସୁନିଶ୍ଚିତ କରାଇବାରେ ପ୍ରେରଣା ଦେବେ ବୋଲି କହିଥିଲେ । ଷ୍ଟାଟ୍ ଅପ୍ ଓଡିଶାର ଏକ୍‌ଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଡଃ ଓମ୍‌କାର ରାଏ
ନୂଆ ଷ୍ଟାଟ୍ ଅପ୍ ଓଡିଶା ନୀତିର ସୁବିଧା ସମ୍ପର୍କରେ ବୁଝାଇ କହିଥିଲେ ଏବଂ ଏହି ପଲିସୀ ଅଧିନରେ ଥିବା ବିଭିନ୍ନ ଯୋଜନା
ମାଧ୍ୟମରେ ୪୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏଆଇସି-ନାଳନ୍ଦାର ମୁଖ୍ୟ କାର୍ଯ୍ୟନିର୍ବାହୀ
ଅଧିକାରୀ ଦେବଜ୍ୟୋତି ମହାନ୍ତି ଓଡିଶାର ସମସ୍ତ ଷ୍ଟାଟ୍‌ଅପ୍‌ଗୁଡିକର ପ୍ରଶଂସା କରିବା ସହ ଏଆଇସି-ନାଳନ୍ଦା ଦ୍ୱାରା ପ୍ରଦାନ କରାଯାଉଥିବା
ଇନ୍‌କ୍ୟୁବେସନ ସେବା ଉପରେ ଆଲୋକପାତ କରିଥିଲେ । ଫ୍ଲୁଇଡ୍ ଭେଞ୍ଚର୍‌ର ଫାଉଣ୍ଡିଂ ପାର୍ଟନର ଅମିତ୍ ସିଂଘଲ କହିଥବଲେ ଯେ,
ନୂତନ ଉଦ୍ୟୋଗକାରୀମାନଙ୍କ ପାଇଁ ଓଡିଶା ସରକାର ଅତ୍ୟନ୍ତ ସହଯୋଗୀ ଅଟନ୍ତି ଏବଂ ଓଡିଶା ଷ୍ଟାର୍ଟ ଅପ୍ ପାଇଁ ଏକ ଉତ୍କୃଷ୍ଟ ସ୍ଥାନ
ଅଟେ । ଫ୍ଲୁଇଡ୍ ଭେଞ୍ଚର୍‌, ଆଜିଲିଟୀ ଭେଞ୍ଚର, ମୁମ୍ବାଇ ଆଞ୍ଜେଲ୍ସ, ଡେକ୍ସଟର ଆଞ୍ଜେଲ୍ସ, ସ୍ପାର୍କିନୋଭ ଓ ମାଇଣ୍ଡଫାୟାରର ଅନେକ
ନାମୀ ନିବେଶକମାନେ ଏଥିରେ ଉପସ୍ଥିତ ଥିଲେ । ସମ୍ବାଦର ସମ୍ପାଦକ ସୈାମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଷ୍ଟାର୍ଟ ଅପ୍‌
କାର୍ଯ୍ୟକ୍ରମର ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.