banner
Breaking

ଫାଦର୍ସ ଡେ’ ଉପଲକ୍ଷେ ଔଷଧୀୟ ଚାରା ରୋପଣ ଓ ବଂଟନ

0

ଭୁବନେଶ୍ୱର,: ପ୍ରତିବର୍ଷ ଜୁନ୍ ମାସ ତୃତୀୟ ସପ୍ତାହ ରବିବାର ଦିନ ପାଳନ ହୁଏ ବିଶ୍ୱ ପିତୃଦିବସ । ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା । ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ । ସେ ପରମଠାରୁ ଅଧିକ । ପିତାଙ୍କ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ପିତୃ ଦିବସ ବା ପାଳନ ହେଉଛି ‘ଫାଦରସ୍ ଡେ’ । ଜୀବନରେ ମାଆଙ୍କ ମହତ୍ୱ ଯେତେ ବାପାଙ୍କ ମହତ୍ୱ ସେତେ ମୂଲ୍ୟବାନ୍ । ‘ଫାଦରସ୍ ଡେ’ ବାପାଙ୍କ ପାଇଁ ଦିନଟିଏ  ଏହି ପରିପ୍ରେକ୍ଷୀରେ ସାହଯ୍ୟ ଅନୁଷ୍ଠାନର ସଭାପତି ଡ. ଲିଙ୍ଗରାଜ ସାହୁ ତାଙ୍କ ପିତୃ ସ୍ୱର୍ଗତ ଲକ୍ଷ୍ମୀଧର ସାହୁଙ୍କ ସ୍ମରଣରେ ଆୟୁର୍ବେଦ ଚାରା ରୋପଣ ଓ ବଂଟନ କାର୍ଯ୍ୟ କରାଯାଇଥିଲା । ସାହଯ୍ୟ ଅନୁଷ୍ଠାନ ଓ ଏୟାରପୋର୍ଟ ଥାନା ପକ୍ଷରୁ ମିଳିତ ଭାବେ ଆୟୁବେର୍ଦ ଚାରା ରୋପଣ କରାଯାଇଥିଲା । ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଏହାକୁ ଉଦ୍‌ଘାଟନ କରି ଥାନା ପରିସରରେ ଚାରା ରୋପଣ କରିଥିଲେ । ସାହାଯ୍ୟର କାର୍ଯ୍ୟକାରୀ ସଭାପତି ସମାଜସେବୀ ସରୋଜ ସାହୁ, ଥାନା ଏସ୍‌ଆଇ ଶୁଭେନ୍ଦୁ କୁମାର ଗିରି, ପ୍ରତିମା ଖଟୁଆ, ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ସେହିପରି ଆଜି ସୁନ୍ଦରପଦା ହାଇଟେକ୍ ଅଂଚଳରେ ବହୁ ଲୋକଙ୍କୁ ବାସଙ୍ଗ, ଡାଲଚିନି, ଗିଲୟ, ଅଶ୍ୱଗନ୍ଧା, ଦୁଲାଭା, ସମୀ, ଅର୍ଜୁନ, ଗଙ୍ଗଶିଉଳି, ଅଶୋକା, ବଚ ଆଦି ଚାରା ବଂଟନ କରାଯାଇ ପରିବେଶ ସୁସ୍ଥ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା ।
                        ପ୍ରକାଶ ଥାଉକି, ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନ ଚାରା ରୋପଣ କରି ୫ଟି ଗଛ ବଂଚିଥିବାର ପ୍ରମାଣ ଅନ୍‌ଲାଇନ୍‌ରେ ପ୍ରଦାନ କରିବେ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ସାହଯ୍ୟ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଚାରା ଲଗାଇବା ଓ ଉକ୍ତ ସ୍ଥାନରେ ୬ମାସ ପରେ ଗଛର ଫଟୋ ୮୮୯୫୭୨୭୧୪୩ ନମ୍ବରରେ ପ୍ରଦାନ କରିବେ । ଏହା ପରେ ମାନପତ୍ର ପ୍ରଦାନ କରାଯିବ ବୋଲି ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.