banner
Breaking

ଚିଣ୍ଡିପ୍ରସାଦ ଫାଉଣ୍ଡେସେନ୍‌ର ତୃତୀୟ ବାର୍ଷିକ ରାଜଧାନୀ ମହୋତ୍ସବ

0

ଭୁବନେଶ୍ୱର ୨୫/୫, ଓଡିଶାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ଚିଣ୍ଡିପ୍ରସାଦ ଫାଣ୍ଡେଉସେନ ଟ୍ରଷ୍ଟ ଓ ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫ୍‌ଟି ଫାଉସେନ ଟ୍ରଷ୍ଟ ଆନୁକୂଲ୍ୟରେ ତୃତୀୟ ବାର୍ଷିକ ରାଜଧାନୀ ମହୋତ୍ସବ ଓ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଗିରିଜା ଶଙ୍କର ସ୍ମୃତି ଉଶ୍ୟେରେ ଅନୁଷ୍ଠିତ ଏହି ପୁରାଦିନ ବ୍ୟାପି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ସକାଳ ୧୦ ଘଟିକା ସମୟରେ ସଡକ ସୁରକ୍ଷା ସଚେତନତା ରାଲି ନୃତ୍ୟ ମାଧ୍ୟମରେ ଭଞ୍ଜକଳା ମଣ୍ଡପରୁ ବାହାରିଥିଲା । ଏଥିରେ କୁନିକୁନି କଳାକାର ମାନେ ନୃତ୍ୟ ମାଧ୍ୟମରେ ସଚେତନତା ବାିଥିଲେ । ପ୍ରଥମ ଅଧିବେଶନରେ ଅଧ୍ୟକ୍ଷା ଅମୀୟବାଳା ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଟ୍ରାଫିକ ଡିସିପି ଠାକୁର ପ୍ରସାଦ ପାତ୍ର ଯୋଗ ଦେଇ କହିଥିଲେ ସ୍ୱର୍ଗତ ଗିରିଜା ଶଙ୍କର ଜଣେ ମେଧାବୀ ଛାତ୍ର ଥିଲେ ତାଙ୍କ ଅକସ୍ମାତ ବିୟୋଗ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେଭଳି ଯେମିତି ନ ଘଟୁ ସେଥିପାଇଁ ଆମକୁ ସଚେତନତା ହେବା ଆବଶ୍ୟକ । ସୁସ୍ଥ ମାନସୀକତାରେ ଗାଡି ଚାଳନ କଲେ ଆମେ ଦୁର୍ଘଟଣାରୁ ରକ୍ଷା ପାଇ ପାରିବା ଓ ଦୁର୍ଘଟଣା ହ୍ରାସ ପାଇବ । ସମ୍ମାନୀତ ଅତିଥି ଭାବେ ଆର୍‌ଟିଓ-୧ ବିକାଶ କୁମାର ଚୌଧୁରୀ, ଅତିରିକ୍ତ ଟ୍ରାଫିକ୍ ଡିସିପି କିଶୋର କୁମାର ପାଣିଗ୍ରାହୀ, ଓଡିଶା ସରକାରଙ୍କ ଅଧିନସ୍ଥ ଅଶୋକ ଲେଲା ଡ୍ରାଇଭିଂ ଟ୍ରେନିଂ ସେରର ଅଧ୍ୟକ୍ଷ ସଦିକ୍ ସାୟଦ, ପ୍ରଶିକ୍ଷକ ଫକିର ଚରଣ ସାମଲ ଓ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତୁଷାର କାନ୍ତୀ ପ୍ରମୁଖ ଯୋଗ ଦେଇ ଦୁର୍ଘଟଣାରୁ ଆରମ୍ଭ ହୋଇଥିବା ଏହି ଟ୍ରଷ୍ଟର ବିଭିନ୍ନ ଲୋକାଭୀମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା କହିଥିଲେ ଗିରିଜା ଶଙ୍କର ମୋତେ ଛାଡି ଯିବା ଦିନଠାରୁ ମୁଁ ଚିନ୍ତା କରିଛି ଆଉଜଣେ ଗିରିଜାଙ୍କ ଜୀବନ ଯେମିତି ଦୁର୍ଘଟଣାରେ ନ ଯାଉ ସେହିଦିନ ଠାରୁ ମୁଁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି । ଏହା ସହିତ ଜେଲ ମାନଙ୍କରେ ଗିରିଜା ପାଠଶାଳା, ଏପରିକି ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଉପକରଣ ଦେବା ସହିତ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ଦାୟୀତ୍ୱ ବହନ କରିଆସୁଛି । ସେଥିପାଇଁ ପ୍ରତ୍ୟେକବର୍ଷ ଗିଗିଜା ଜ୍ଞାନ ସମ୍ମାନ ସ୍ୱରୂପ ଅର୍ଥରାଶି ପ୍ରଦାନ କରାଯାଉଛି । ସଂଧ୍ୟା ଅଧିବେଶନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ କଳାକାର ମାନେ ଯୋଗଦେଇ ନୃତ୍ୟଗୀତ ପରିବେଶଣ କରିଥିଲେ । ଏହି ସାଂସ୍କୃତିକ ଉବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ମହିଳା ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ରାଜ୍ୟ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଞ୍ଜୟ ମିଶ୍ର, କଳ୍ପନା ଦାସ, ପ୍ରମୁଖ ଯୋଦେଇଥିଲେ । ଏହି ଅବସରରେ ରାଜେଶ ବେହୁରାଙ୍କୁ ଗିରିଜା ସମର୍ଥ ସମ୍ମାନ, ଓ ଆକାଶ ମୁନିଙ୍କୁ ଗିରିଜା ଜ୍ଞାନ ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ର୍ନିେଶକ ମଳୟ ରାଉତରାୟ, ଆକାଶ ମୁନି ସୌମ୍ୟରଞ୍ଜନ ସାମଲ, ଓ ଟ୍ରଷ୍ଟର ସମସ୍ତ କର୍ମର୍କାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.