banner
Breaking

ଅଣ ସ°କ୍ରମକରୋଗ (ଏନସିଡି)ରେ ୬୧% ଭାରତୀୟ ମୃତ୍ୟୁ ଘଟିଥାଏ,ଏହାର ପ୍ରତିକାର କଣ

0

ହୃଦ୍‌ଘାତ ଓ ଡାଇବେଟିସ୍ ଏବଂ ସିକେଡି ସହିତଏହାର ସମ୍ପର୍କ
ଅଣ ସଂକ୍ରାମକରୋଗ (ଏନସିଡି) ହେଉଛି ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ଭାରତରେ ପ୍ରାୟ ୬୧% ମୃତ୍ୟୁ ହୋଇଥାଏ ।
୧ ଦୁର୍ଭାଗ୍ୟ ବଶତଃ ବହୁମୁଖୀ ସମ୍ପର୍କିତ ଦୀର୍ଘସ୍ଥାୟୀ ଅବସ୍ଥାର ଆହୁରି ଅନେକ ବ୍ୟାପକ ସମସ୍ୟା ରହିଛି ।ଏଥି ମଧ୍ୟରୁ କେତେକ ସାଧାରଣ ସମସ୍ୟା ହେଉଛି ହୃତପିଣ୍ଡ ଜନିତ ସମସ୍ୟା (ଏଚଏଫ), ଡାଇବେଟିସ୍ ମେଲିଟସ୍ (ଡିଏମ) ଓ କ୍ରୋନିକ୍ କିଡ୍‌ନୀ ଡିଜିଜ୍ (ସିକେଡି) ।
ଅଧ୍ୟୟନରୁ ଏହା ଜଣାଯାଇଛି ଯେ ହୃଦଘାତ ରୋଗୀ ମାନଙ୍କ ଠାରେ ପ୍ରାୟ ୨୫-୪୦% ଡାଇବେଟିସରେ ପୀଡ଼ିତ ଓ ପ୍ରାୟ ୪୦ ରୁ ୫୦% ଏଚଏଫ ରୋଗୀଙ୍କ ଠାରେ କ୍ରୋନିକ୍ କିଡ୍‌ନୀ ଡିଜିଜ୍ (ସିକେଡି) ସମସ୍ୟା ରହିଛି ।
୨ ଅନ୍ୟପକ୍ଷରେ, ହୃତପିଣ୍ଡ ସମସ୍ୟାରେ ପୀଡ଼ିତ ଥିବା ରୋଗୀମାନେ ଉଭୟ ଡାଇବେଟିସ୍ ଓ ସିକେଡି ରୋଗରେ ପୀଡ଼ିତ ଅଟନ୍ତି ଓ ସେମାନଙ୍କ ଠାରେ ହସ୍‌ପିଟାଲରେ ଭର୍ତି ଓ ହୃଦଘାତ ଜନିତ ମୃତ୍ୟୁର ଅଧିକ ସମ୍ଭାବନା ରହିଥାଏ ।
୩ ତେଣୁ ଉଚ୍ଚ ବିପଦ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା କାରଣରୁ ହୃଦଘାତ ଜନିତ ସମସ୍ୟା ଓ ଅନ୍ୟାନ୍ୟ ଏହି ସମ୍ପର୍କିତ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ।
ତେଣୁ, ନିୟମିତ ବ୍ୟବଧାନରେ କାର୍ଡିଓଲୋଜିଷ୍ଟଙ୍କ ସହିତ ପରାମର୍ଶ ସହିତ ସଠିକ୍ ସମୟରେ ଚିକିତ୍ସା ଦ୍ୱାରା ହୃତପିଣ୍ଡ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ।ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ରୋଗୀମାନେ ବିଭିନ୍ନ ଲକ୍ଷଣ ଉପରେ ଉପଯୁକ୍ତ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ଯଥା ନିଶ୍ୱାସ ନେବାରେ କଷ୍ଟ ଅନୁଭବ, ଦ୍ରୁତ ବା ଅନିୟମିତ ହୃତ୍‌ସ୍ପନ୍ଦନ, ଗୋଡ଼ରେ ଫୁଲା ଓ ବାରମ୍ବାର କାଶ ହେବା । ଏହା ସହିତ, ଚିକିତ୍ସାର ସଠିକ୍ ଅନୁପାଳନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯଦ୍ୱାରା ରୋଗକୁ ଉପଯୁକ୍ତ ଭାବରେ ନିୟନ୍ତ୍ରଣ କରାଯାଇପାରିବ ।
ହୃଦ୍‌ଘାତ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି, ଡ. ପି.କେ. ସାହୁ, ନିର୍ଦ୍ଦେଶକ, ଇଂଟରଭେନ୍‌ସନାଲ୍ କାର୍ଡିଓଲୋଜି, ଆପୋଲୋ ହସ୍‌ପିଟାଲ୍‌, ଭୁବନେଶ୍ୱର କହିଛନ୍ତି ଯେ, “ଭାରତରେ ହୃତପିଣ୍ଡ ଜନିତ ରୋଗ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ହୃତପିଣ୍ଡ ଜନିତ ସମସ୍ୟାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ । ଏହି ରୋଗର ସାମାଜିକ ଅର୍ଥନୈତିକ ଓ ଆବେଗିକ ପ୍ରତିକ୍ରିୟା ଉଭୟ ରୋଗୀ ଓ ପରିବାରଙ୍କ ଉପରେ ରହିଛି । ତେଣୁ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଆମେ ସଭିଏଁ ଏକାଠି ହେବାର ଆବଶ୍ୟକତା ରହିଛି ଯଦ୍ୱାରା ଗୋଷ୍ଠୀ ସ୍ତରରେ ହୃଦ୍‌ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇ ପାରିବ ।”
ହୃତପିଣ୍ଡ ଜନିତ ସମସ୍ୟା ଥିବା ରୋଗୀମାନଙ୍କ ଠାରେ ସୁସ୍ଥହୃଦୟ ପାଇଁ ଟିପ୍‌ସ
– ଆପଣଙ୍କର ଲକ୍ଷଣକୁ ଟ୍ରାକ କରନ୍ତୁ :ଏପରିକି ଶରୀରରେ ଏକ କ୍ଷୁଦ୍ର ପରିବର୍ତନ ବିଷୟରେ ମଧ୍ୟ ଡାକ୍ତରଙ୍କୁ ଜଣାନ୍ତୁ ଓ ଆପଣଙ୍କର କାର୍ଡିଓଲୋଜିଷ୍ଟଙ୍କୁ ଏହାବିଷୟରେ ସୂଚୀତ କରନ୍ତୁ ।
– ସୁସ୍ଥ ଭୋଜନ ଗ୍ରହଣ କରନ୍ତୁ :ବିଭିନ୍ନ ସମସ୍ୟା ଯଥା ହୃଦଘାତ, କିଡନୀ ରୋଗ ଓ ଡାଇବେଟିସ୍ ର ଉପଯୁକ୍ତ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ଭାବରେ ଗବେଷଣା କରାଯାଇଥିବା ଖାଦ୍ୟ ପ୍ଲାନର ଆବଶ୍ୟକତା ରହିଛି । ଜଣେ ଖାଦ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ବା କାର୍ଡିଓଲୋଜିଷ୍ଟଙ୍କ ଠାରୁ ଉପଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କରେ ପରାମର୍ଶ ନିଅନ୍ତୁ ।
– ଆପଣଙ୍କର କାର୍ଡିଓଲୋଜିଷ୍ଟଙ୍କ ସହିତ ପରାମର୍ଶ କରନ୍ତୁ : ଆପଣଙ୍କର ହୃଦଘାତର ତୀବ୍ରତା ଓ ରହିଥିବା ସ୍ୱାସ୍ଥ୍ୟ ସମସ୍ୟାର ମୂଲ୍ୟାୟନ କରିବା ପରେ କାର୍ଡିଓଲୋଜିଷ୍ଟ ଏକ ବ୍ୟକ୍ତିଗତ ଚିକିତ୍ସା ପ୍ଲାନର ସୁପାରିଶ୍ କରିଥାନ୍ତି । ଏହାର ଅନୁପାଳନ କରନ୍ତୁ ଓ ଚିକିତ୍ସାର ଫଳାଫଳ ବିଷୟରେ ଜାଣିବା ପାଇଁ ନିୟମିତ ବ୍ୟବଧାନରେ ଚେକ୍ ଅପ୍ କରନ୍ତୁ ।
– ସଠିକ୍ ଚିକିତ୍ସାର ଅନୁପାଳନ କରନ୍ତୁ :ଯେତେବେଳେ କୌଣସି ଦୃଶ୍ୟମାନ ଲକ୍ଷଣ ନଥାଏ, ସେତେବେଳେ ରୋଗୀମାନେ ଔଷଧ ଗ୍ରହଣ କରିବା ବନ୍ଦ କରି ଦେଇଥାନ୍ତି । ମନେ ରଖନ୍ତୁ ହୃଦଘାତ ହେଉଛି ଏକ ନିରବ ଅବସ୍ଥା । ଚିକିତ୍ସା ବ୍ୟବସ୍ଥାର ସଠିକ ଭାବରେ ଅନୁପାଳନ ନକରିବା କ୍ଷେତ୍ରରେ ଗୁରୁତର ଜଟିଳତା ଦେଖା ଦେଇପାରେ ।

Khansweb Solution Bhubaneswar

Leave A Reply

Your email address will not be published.