banner
Breaking

ଅସାନିର ମୁକାବିଲା ପାଇଁ ରାଜଧାନୀର ତଳିଆ ଅଞ୍ଚଳ ବୁଲିଲେ ମେୟର

0

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି ରହିଛି। ଆଜି ସକାଳେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ତେବେ ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ତେଣୁ ବିଏମ୍‌ସି ମେୟର ସୁଲୋଚନା ଦାସ ବୁଧବାର ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଛନ୍ତି। ତାଙ୍କ ସାଙ୍ଗରେ ମଧ୍ୟ କର୍ପୋରେଟର ଓ ବିଏମ୍‌ସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ମେୟରଙ୍କ କହିବାନୁଯାୟୀ, ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ସ୍ଥିତି ଉପୁଜି ନାହିଁ।ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ସୁଲୋଚନା ଦାସ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.