banner
Breaking

ମହିଳାଙ୍କୁ ରକ୍ତ ଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ

0

ଭୁବନେଶ୍ୱର: ଆଜି ପୁଣି ଜଣେ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ କମଳୀନି ପାତ୍ର ନାମକ ଜଣେ ମହିଳା ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଏବି-ନେଗେଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ସେହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ଦେଖା କରିବାକୁ ଆସିଥିବା ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ ସପନ କୁମାର ସ୍ୱାଇଁ ଏବଂ ସୁଧାଂଶୁ ଶେଖର ସୁତର କମଳୀନିଙ୍କ ବିଷୟରେ ଜାଣିବାକୁ ପାଇଥିଲେ ।  ସୌଭାଗ୍ୟବସତଃ ସେମାନଙ୍କ ବ୍ଲଡଗ୍ରୁପ ମଧ୍ୟ ସମାନ ଥିଲା । ତେଣୁ ସେମାନେ ଆଉ ବିଳମ୍ବ ନ କରି ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ ଏବଂ ରୋଗୀଜଣଙ୍କୁ ଉଭୟ ଗୋଟିଏ ଲେଖାଏଁ ୟୁନିଟ ରକ୍ତ ଦାନ କରିଥିଲେ । ସେମାନଙ୍କର ଏହି ମହାନତା ପାଇଁ ଆଜି ରୋଗୀଜଣଙ୍କ ଏକ ନୂଆ ଜୀବନ ପାଇପାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.