banner
Breaking

ଧିରୀକୁଟି ସାହି ଉନ୍ନୟନ କମିଟିର ୧୨ତମ ପ୍ରତିଷ୍ଠା ଉତ୍ସବ

0

ଭୁବନେଶ୍ୱର,୨ ।୪- ମଞ୍ଚେଶ୍ବର ନିକଟସ୍ଥ ଧିରୀକୁଟି ବସ୍ତିିରେ ଧିରୀକୁଟି ସାହି ଉନ୍ନୟନ କମିଟିର ୧୨ତମ ପ୍ରତିଷ୍ଠା ଉତ୍ସବ ଓ ସେବା ସମ୍ମାନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବସ୍ତି ଉନ୍ନତିକରଣ ଯୋଜନା ସମ୍ବଦ୍ଧରେ କହିବା ସହିତ ଧିରୀକୁଟି ସାହିର ଭାଇଚାରାକୁ ପ୍ରଂଶସା କରିଥିଲେ । ସମ୍ମାନୀତ ଅତିଥି ଭାବରେ କର୍ପୋରେଟର ଜୟନ୍ତୀ ସାହୁ,ସୁଷମା ସାହୁ,ପ୍ରଭାସିନୀ ମହାନ୍ତି,ନୁର ହାସନ,ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସମ୍ପାଦକ ପ୍ରଶନ୍ନ କୁମାର ସାହୁ,ସାମ୍ବାଦିକ ସୁକାନ୍ତ ରାଉତ,ପୁରଞ୍ଜନ ପାଢୀ,ମନୋରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଜାତୀୟ ଶ୍ରମିକ ଦିବସର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ । ସାହି କମିଟି ପକ୍ଷରୁ ବିଧାୟକ ଓ ଚାରିଜଣ କର୍ପୋରେଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାହିର ଛୋଟଛୋଟ ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥିଲା । ଶହେଜଣ ଶ୍ରମିକଙ୍କୁ ଅତିଥି ମାନଙ୍କ ଦ୍ୱାରା ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାହି ସଭାପତି କାର୍ତ୍ତିକ ମହାଳିକ,ସମ୍ପାଦକ ବସନ୍ତ ତ୍ରିପାଠୀ,କୋଷାଧ୍ୟକ୍ଷ ନାରାୟଣ ଖୁଣ୍ଟିଆ,ରସାନନ୍ଦ ସ୍ୱାଇଁ,ଦାଶରଥି ମହାପାତ୍ର,ଅର୍ଜୁନ ମଲ୍ଲିକ,ଜମେଶ୍ୱର ବରାଡ ପ୍ରମୁଖ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.