banner
Breaking

ହସ୍ପିଟାଲ ଓ ମଲ ନେଇପାରିବେ ନାହିଁ ପାର୍କି° ଫି ।

0

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌ ଓ ଆପାର୍ଟମେଣ୍ଟ ଆଦିରେ ଥିବା ପାର୍କିଂସ୍ଥଳରୁ ଫି ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଏକ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲ୍ଡିଂ ପ୍ଲାନ୍‌ ଓ ରହିଥିବା ନିୟମ ଅନୁସାରେ ଏହା ଠିକ୍‌ ନୁହେଁ। ତେଣୁ ବେଆଇନ ଭାବେ ଆଦାୟ କରାଯାଉଥିବା ପାର୍କିଂ ଫି ତୁରନ୍ତ ବନ୍ଦ କରା ନ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ବିଲ୍‌ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ସମୟରେ ଯେତିକି ପାର୍କିଂ ସ୍ଥାନ ଅନୁମୋଦନ କରାଯାଇଛି, ତାହା ଅନ୍ୟ ଉଦ୍ଦେଶ୍ୟରେ ଉପଯୋଗ ହେଉଛି। ରାସ୍ତାରେ ଗାଡ଼ିପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି କଡ଼ା ନଜର ରଖାଯାଇଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ଟୁଇଟ୍‌ରେ ମାଧ୍ୟମରେ ସୂଚନା ଦେଇଛନ୍ତି। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, କୌଣସି ମଲ୍‌ କିମ୍ବା ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ତଥା ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପାର୍କିଂ ଆଦାୟ କରିବାର କ୍ଷମତା ନାହିଁ। ଖିଲାପ କରାଯାଉଥିବା ନଜରକୁ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.