banner
Breaking

ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା।

0

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅଫିସରଙ୍କ ଦବଙ୍ଗ ଗିରି ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର,ଗରିବଙ୍କ ପେଟକୁ ଲକ୍ଷ ଲକ୍ଷ ଗୋଇଠା। ଏଭଳି ଘଟଣା ଘଟୁଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗତକିଛି ମାସ ହେବ କୋକୁଆ ଭୟ ଖେଳିଯାଇଛି । ଉଠା ଦୋକାନ ଖଣ୍ଡେ କରି ପରିବାର ଭରଣ ପୋଷଣ କରୁଥିବା ଦୋକାନୀ ମାନେ ଭୟରେ ରହୁଛନ୍ତି। କାରଣ ଥରେ ଭଙ୍ଗା ହେଲେ ଲକ୍ଷ ଲକ୍ଷ ଟଙ୍କା ଉଜୁଡି ଯାଉଛି। ଜଣେ ଦୋକାନୀ କୁହନ୍ତି ଆମକୁ ପାରୁଛ ମାରିଦିଅ କିନ୍ତୁ ଦୋକନ ଭାଙ୍ଗି ନଷ୍ଟ କରି ଲକ୍ଷ ଲକ୍ଷ ଆର୍ଥିକ ଗୋଇଠା ମାରନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଆଗ ଥଇଥାନ ତାପରେ ଭଙ୍ଗାରୁଜା। ତାଙ୍କ କଥାକୁ ବି ବେଖାତିର କରୁଛନ୍ତି ଅଫିସର ବୋଲି କୋହଭରା କଣ୍ଠରେ କହିଥିଲେ ଦୋକାନୀ ଜଣକ। ସୂଚନା ଅନୁସାରେ ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ ନାଲ୍‌କୋ କଲୋନୀ ସମ୍ମୁଖରେ ବୁଧବାର ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସେଠାକାର ବ୍ୟବସାୟୀମାନେ ପୂର୍ବରୁ କରାଯାଇଥିବା ଥଇଥାନକୁ ପୁଣି ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରିଥିଲେ। ଏପରିକି ପୁନଃ ଥଇଥାନ ନ ହେଲେ ଆଗାମୀ ଦିନରେ ସେମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉତ୍ତରୀୟ ମଣ୍ଡଳ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୩୦ବର୍ଷ ହେବ ମୈତ୍ରୀ ବିହାର ମୁଖ୍ୟରାସ୍ତାରେ ୨୮ ବ୍ୟବସାୟୀ ଦୋକାନ କରିଥିଲେ। କିନ୍ତୁ ୨୦୧୬-୧୭ ରେ ଫରଚ୍ୟୁନ ଟାଓ୍ବାରରୁ ମୈତ୍ରୀ ବିହାର ଯାଏ ରାସ୍ତାର ପ୍ରଶସ୍ତୀକରଣ ନିମିତ୍ତ ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ପୂର୍ତ୍ତ ବିଭାଗ ଉଚ୍ଛେଦ କରିଥିଲା। ହାଇକୋର୍ଟଙ୍କ ରହିତାଦେଶ ପରେ ବିଏମ୍‌ସି ନାଲ୍‌କୋ କଲୋନୀ ନିକଟରେ ୨୦ଜଣଙ୍କୁ ଥଇଥାନ କରିଥିବାବେଳେ ଅନ୍ୟମାନଙ୍କୁ ଥଇଥାନ କରି ନ ଥିଲା। ପରେ ସେମାନେ ଆତ୍ମହତ୍ୟା ଧମକ ଦେବା ପରେ ବିଏମ୍‌ସି ୩ଜଣଙ୍କୁ ଉକ୍ତ କଲୋନୀ ସାମ୍‌ନାରେ ଘରକରି ବ୍ୟବସାୟ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଏବେ ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ତତ୍ତ୍ୱାବଧାନରେ ଉକ୍ତ ଦୋକାନଗୁଡ଼ିକୁ ମିଳିତ ଏମ୍‌ଫୋର୍ସମେଣ୍ଟ ଟିମ୍‌ ଉଚ୍ଛେଦ କରିଛି। ଏହି ଉଚ୍ଛେଦରେ ନାଲକୋ କଲୋନୀ ନିକଟରେ ଥିବା ୧୯ଟି ଆଜବେଷ୍ଟସ ଦୋକାନ ସହ ଉକ୍ତ ବ୍ୟବସାୟୀଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଯାହାକୁ ନେଇ ଗତ ୩ବର୍ଷ ହେବ ନିଜ ଦୋକାନ ହରାଇ ସର୍ବସ୍ବାନ୍ତ ହୋଇଥିବା ବ୍ୟବସାୟୀ ସନ୍ଦୀପ, ନିରଞ୍ଜନ, ଗିରିଧାରୀ ବିଏମସି ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଏ ନେଇ ଏନଫୋର୍ସମେଣ୍ଟ ଟିମ ଅଧ୍ୟକ୍ଷ ପ୍ରମୋଦ ପାତ୍ର କହିଛନ୍ତି, ପ୍ରଥମେ ନାଲକୋ ତରଫରୁ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯୋଗ ଆସିଥିଲା। ଏ ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ପୃଷ୍ଟିଙ୍କ ସହମତି ପରେ ହିଁ ଉଚ୍ଛେଦ ହୋଇଛି। ବର୍ତ୍ତମାନ ବିଏମ୍‌ସି ଏହାକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗିଥିବାବେଳେ ପୂର୍ବରୁ କେମିତି ସେଠାରେ ଦୋକାନୀଙ୍କୁ ଥଇଥାନ କରିଥିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦେକାନୀମାନଙ୍କୁ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ବିଏମ୍‌ସିର ଦୋମୁହଁ। ନୀତି ଦର୍ଶାଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ଏ ନେଇ ଜୋନାଲ ଡେପୁଟି କମିଶନରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Khansweb Solution Bhubaneswar

Leave A Reply

Your email address will not be published.