banner
Breaking

ସ୍ବାଭିମାନ ଓ ସାର୍ବଭୌମତ୍ବକୁ ନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ଆବଶ୍ୟକ

କୋଣାର୍କ ଓଡିଶା ପରିବାରର ୭ମ ବାର୍ଷିକ ସାହିତ୍ୟ ଉତ୍ସବ

0

ଭୁବନେଶ୍ବର,୩/୧- କୋଣାର୍କ ଓଡିଶା ପରିବାରର ୭ମ ବାର୍ଷିକ ସାହିତ୍ୟ ଉତ୍ସବ ଓ କବିତା ଆସର ଗୀତଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।

ପରିବାରର ସଭାପତି କପିଳେଶ୍ବର ଖମାରୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଯୋଗଦେଇ ଉଦଘାଟନ କରି କହିଥିଲେ ଯେ ଏକ ଜାତି ତାର ସାହିତ୍ୟ, କଳା,ସ°ଗୀତ, ନୃତ୍ୟ ଓ ସ୍ଥାପତ୍ୟକୁ ନେଇ ସମୃଦ୍ଧ ହୁଏ। ତେଣୁ ଉତ୍କଳୀୟ ସ°ସୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଓଡ଼ିଶାର ସ୍ବାଭିମାନ ଓ ଭାରତର ସାର୍ବଭୌମତ୍ବକୁ ନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ଆବଶ୍ୟକ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ,ଅଜୟ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଗୀତିକବି ଶରତ ଦାଶ,କବି ହୁସେନ୍ ରବି ଗାନ୍ଧି ଯୋଗଦେଇ ଓଡିଶା ସାହିତ୍ୟ-ସ°ସ୍କୃତିର ବିକାଶ ଧାରା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂଚିସ୍ମିତା ପୃଷ୍ଟିଙ୍କୁ ଅରୁଣ ସ୍ମୃତି ସମ୍ମାନ, ଗୀତି କବିତାରେ ଗୀତିକାର ବଦ୍ରି ମିଶ୍ରଙ୍କୁ ନିରାକାର ସ୍ମୃତି ସମ୍ମାନ, ଇ° ଦୀପ୍ତି ରଞ୍ଜନ ପଣ୍ଡାଙ୍କୁ କୋଣାର୍କ ଓଡିଶା କବିତା ସମ୍ମାନ, ଗୁରୁଶ୍ରୀ ଭୀମସେନ ପାତ୍ରଙ୍କୁ କଳା ସମ୍ମାନ, ଗୋଲାପ ମଞ୍ଜରୀ କରଙ୍କୁ ସାହିତ୍ୟ ସମ୍ମାନ, ସତ୍ୟାନାସଙ୍କୁ ବ୍ୟଙ୍ଗକବି ସମ୍ମାନ, ରାଇମୋହନ ପରିଡାଙ୍କୁ ଅଭିନେତା ସମ୍ମାନ ଓ ସେବା ପାଇଁ ପୁରୀର ସାହିଭାଇକୁ କୋଣାର୍କ ଓଡିଶା ସେବା ସମ୍ମାନ ପ୍ରଦାନ କରାଯାଇଥିଲା।

ଦ୍ବିତୀୟ ସୋପାନରେ ବ୍ୟଙ୍ଗକବି କୁଳାଙ୍ଗାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ୟଙ୍ଗକବିତା ଆସରରେ ହାସ୍ୟକବି ସତ୍ୟାନାସ,ରମାକାନ୍ତ ମହାପାତ୍ର, ଗିରିଶ ରଞ୍ଜନ ଓ ମନମାଷ୍ଟେ ବ୍ୟଙ୍ଗକବିତା ପାଠ କରି ହସର ପେଡି ଖୋଲିଥିଲେ।

ପରେ ସେଖ୍ ଅବଦୁଲ ଖଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରକୁ ସୁନିତା ପଣ୍ଡା, ସୌଦାମିନୀ ବେହେରା, ସର୍ବାଣୀ ଦାସ,ଶିବାନନ୍ଦ ବାରିକ ପ୍ରମୁଖ ସ°ଯୋଜନା କରିଥିଲେ। ଉଦଯାପନୀ ଉତ୍ସବରେ ଡ, ପ୍ରଦୀପ କୁମାର ରଥ ଅତିଥି ଭେବେ ଯୋଗ ଦେଇଥିଲେ।ସମାଜସେବୀ ତଥା ସ°ଗଠକ ମୁକୁନ୍ଦ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ବିଶିଷ୍ଟ କବି ଓ କବୟତ୍ରୀମେନେ ଯୋଗଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.