banner
Breaking

ଜୟ ଜଗନ୍ନାଥ ପରିବାର ପକ୍ଷରୁ ଜଳଛତ୍ର ଉଦଘାଟିତ

0

ଭୁବନେଶ୍ୱର, ୧/୪ ପବିତ୍ର ଉତ୍କଳ ଦିବସ ଅବସରରେ ଜୟଜଗନ୍ନାଥ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଛକ ଠାରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ସଂଯୋଜକ ଭଗବାନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ, ସାରଦା ପ୍ରଶନ୍ନ ମହାନ୍ତି, ପ୍ରଶାନ୍ତ ପନାୟକ, ଦେବାଶିଷ ମହାପାତ୍ର, ମାନସ ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇ ଜଳଛତ୍ର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛବିନ୍ଦ୍ର ବେହେରା, ରାମଚନ୍ଦ୍ର ନାୟକ, ମହେଶ୍ୱର ବାରିକ, ଅକ୍ଷୟ ନାୟକ, ଅନିରୁଦ୍ଧ ଲେଙ୍କା, ଲକ୍ଷ୍ମଣ ସାହୁ, ଆଶିଷ ପରିଡା ଉପସ୍ଥିତ ଥିଲେ । ବିଶୁଦ୍ଧ ପାନୀୟ ଜଳ ଓ ଦହି ପାଣି
ପଥିକ ମାନଙ୍କୁ ବଣ୍ଟନ କରାଯାଇଥିଲା। ଜୟଜଗନ୍ନାଥ ପରିବାର ଜଗନ୍ନାଥ ସଂସ୍କୃତିକୁ ଉଦ୍‌ଜିବୀତ ରଖିବା ସହିତ ବିଭିନ୍ନ ଜନହିତକର କାମ କରିଆସୁଛି । ଡହଡହ ଖରାରେ ପଥିକମାନଙ୍କ ପାଇଁ ଏହି ଜଳଛତ୍ର ଖୋଲାଯାଇଛି । ଆଗାମୀ ଦିନରେ ଅନ୍ୟ ଛକ ମାନଙ୍କରେ ଏଭଳି ଜଳଛତ୍ର ଖୋଲାଯିବ ବୋଲି ସଂଯୋଜକ ଶ୍ରୀଯୁକ୍ତ ଦାଶ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.