banner
Breaking

ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

0

ଭୁବନେଶ୍ୱର : ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ତରଫରୁ କଳିଙ୍ଗ ନଗର ସ୍ଥିତ ଡ. ଏପିଜେ ଅବଦୁଲ୍ କାଲାମ ପାର୍କ ପରିସରରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଏଲକେଜି ଠାରୁ ଆରମ୍ଭ କରି ଷଷ୍ଠଶ୍ରଣୀ ପର୍ଯ୍ୟନ୍ତ ପିଲାମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀଙ୍କୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ବିଭାଗ ପାଇଁ ଭିନ୍ନଭିନ୍ନ ବିଷୟ ଯଥା ଚିତ୍ର ଉପରେ ରଙ୍ଗ ଦେବା,ବାଳକ ବାଳିକା ଓ ରଜ ମହୋତ୍ସବ ଇତ୍ୟାଦି ରଖାଯାଇଥିଲା । ଏଥିରେ ୬୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲାବେଳେ ଏକାଡେମୀର ସମ୍ପାଦିକା ପ୍ରଜ୍ଞା ପ୍ରିୟଦର୍ଶନୀ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ବରିଷ୍ଠ କଳା ଶିକ୍ଷକ ସପନ କୁମାର ଗିରି ବିଚାରକ ଭାବେ ଯୋଗ ଦେଇ ସମସ୍ତ ପ୍ରତୀଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ଏକାଡେମୀ ନୃତ୍ୟସହିତ ପିଲାମାନଙ୍କର ଅର୍ନ୍ତନିହିତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯିବା ସହ ଉତ୍ସାହିତ କରିବାରେ ମଧ୍ୟ ସହାୟକ ହୋଇଆସୁଛି । ଏକାଡେମୀର ଏହି ପ୍ରୟାସକୁ ଅଭଭିଭାବକ ମହଲରୁ ସ୍ୱାଗତ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.