banner
Breaking

ଆଲନିଚ୍ ଲାଇଫ୍‌ସାଇନ୍ସ୍ ପକ୍ଷରୁ ବିଶ୍ୱ ବୃକକ ଦିବସ ଅବସରରେ ହେଲଥ୍ ଆପ୍‌ର ଶୁଭାରମ୍ଭ

0

ବିଶ୍ୱ ବୃକକ୍ ଦିବସ ଅବସରରେ ଆଲନିଚ୍ ଲାଇଫ୍‌ସାଇନ୍ସ୍ ପକ୍ଷରୁ ହେଲଥ୍ ଆପ୍‌ର ଶୁଭାରମ୍ଭ କରାଯାଇଛି । ଏହି ୟୁଜର୍‌-ଫ୍ରେଣ୍ଡଲି ଆପ ମାଧ୍ୟମରେ ସିକେଡି(କ୍ରୋନିକ୍ କିଡ୍‌ନୀ ଡିଜିଜ୍‌) ରୋଗୀଙ୍କୁ ଡାକ୍ତରମାନଙ୍କ ସହାୟତାରେ ଉପଯୁକ୍ତ ପରାମର୍ଶ ଉପଲବ୍ଧ କରାଯାଇ ପାରିବ ।
ଏହି ଆପ୍ କିଡନୀ ସ୍ୱାସ୍ଥ୍ୟ, ବ୍ୟାୟାମ, ଦୈନନ୍ଦିନ ସ୍ୱାସ୍ଥ୍ୟ ଅଭ୍ୟାସ, ସିକେଡି ଏବଂ ଡାଏଲିସିସ ରୋଗୀଙ୍କ ପାଇଁ ଉପଯୋଗୀ ଡାଏଟ୍‌, ଯାହାଦ୍ୱାରା ରୋଗୀଙ୍କ ଲାଗି ପୃଷ୍ଟିକର ହେବା ସହିତ ସହଜ ଏବଂ ସୁସ୍ଥ ହୋଇ ପାରିବ ।
ସିକେଡି ରୋଗୀମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ଏବଂ ସେମାନେ ଖାଉଥିବା ଖାଦ୍ୟର ପ୍ରକାର, ନିିର୍ଦ୍ଦିଷ୍ଟ ଉପାଦାନ ସହିତ ରେସିପି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିୟମିତ ସହାୟତା ଆବଶ୍ୟକ କରନ୍ତି । ଡାଏଟ୍ କମାଇବା ଦ୍ୱାରା ସେମାନଙ୍କ ରକ୍ତରେ ବର୍ଜ୍ୟ ପଦାର୍ଥ ପରିମାଣ କମି ଯାଇଥାଏ ।
ଯେହେତୁ ଡାଏଲିସିସ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତନ ହୋଇଥାଏ । ଏକ କିଡନୀ ଡାଏଟ ଅନୁସରଣ କରିବା ଦ୍ୱାରା କିଡନୀ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହ ସମ୍ପୂର୍ଣ୍ଣ କିଡନୀ ଫେଲ୍ୟୁରକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ ।

ଏହି ଅବସରରେ ଆଲନିଚ୍ ଲାଇଫ୍ ସାଇନ୍ସର ପ୍ରତିଷ୍ଠାତା ତଥା ଏମ୍‌ଡି ଗିରିଶ ଆରୋରା କହିଲେ, ଏହି ହେଲଥ ଆପ ମାଧ୍ୟମରେ ଆଲନିଚ୍‌ର ଡିଜିଟାଲ ପଦକ୍ଷେପ କେବଳ ରୋଗୀ ଏବଂ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବରଂ କିଡନୀ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ରୋଗୀଙ୍କୁ ଶିକ୍ଷା ଦେଇ ଡାକ୍ତରଙ୍କ ସମୟ ସଂଚୟ କରିବ ।
ଏହି ଆପ କେବଳ ଆରମ୍ଭ ମାତ୍ର । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅଭିନବ ପ୍ରଯୁକ୍ତିବିଦ୍ୟା ଏବଂ ଏକ ଦୂରଦୃଷ୍ଟି ସହିତ ଭବିଷ୍ୟତରେ ଆପ ବୈଶିଷ୍ଟ୍ୟକୁ ଆମେ ଅପଗ୍ରେଡ କରିବୁ ଏବଂ ଡାଇବେଟିସ ତଥା ଅନ୍ୟାନ୍ୟ କ୍ରୋନିକ ରୋଗରେ ପୀଡିତ ଅନ୍ୟ ରୋଗୀଙ୍କ ପାଇଁ ଏହାକୁ ବିକଶିତ କରିବାର ପ୍ରୟାସ କରିବୁ ।

Khansweb Solution Bhubaneswar

Leave A Reply

Your email address will not be published.