banner
Breaking

ତମାଖୁ: ହୃଦଘାତର ସଙ୍କଟ କାରକ ବିଶେଷଜ୍ଞଙ୍କ ଚେତାବନୀ

0

ଟେଲିଭିଜନ, ଚଳଚ୍ଚିତ୍ର ଏବଂ ପ୍ରେସ ସମେତ ବିଭିନ୍ନ ଗଣମାଧ୍ୟମରେ କର୍କଟ ରୋଗୀଙ୍କ ଦୁର୍ଦଶାର ପ୍ରଭାବଶାଳୀ ଚିତ୍ରଗୁଡିକ ଭାରତରେ ଧୂମପାନ ଏବଂ କର୍କଟ ମଧ୍ୟରେ ସମ୍ପର୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ସୃଷ୍ଟି କରିଛି । କିନ୍ତୁ ଅଧିକାଂଶ ଭାରତୀୟ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି ଯେ ଧୂମପାନ କରିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ମଧ୍ୟ ୨ ରୁ ୪ ଗୁଣ ବଢିଥାଏ ।
ଭାରତରେ ପ୍ରାୟ ୧୨୦ ନିୟୁତ ଧୂମପାନକାରୀଙ୍କ ସହିତ ହୃଦଘାତ ସହିତ ଏହାର ଲିଙ୍କ ବିଷୟରେ ସଚେତନତା ବୃଦ୍ଧି କରିବା ହେଉଛି ସମୟର ଆବଶ୍ୟକତା!
ଧୂମପାନ କରିବା ଦ୍ୱାରା ଅନ୍ୟାନ୍ୟ ସହ-ରୁଗଣତା ଏବଂ ରକ୍ତ ବାହିକାରେ ଚର୍ବି ଜମା ହୋଇଥଏ ଯାହାର ପରିଣତି ଅନେକ ସମୟରେ ହୃଦଘାତ ହୋଇଥାଏ । ହୃଦଘାତର ଏହି ଜୀବନ ପ୍ରତି ବିପଦ ପ୍ରକୃତିର ଶୀଘ୍ର ଚିକିତ୍ସା ଆରମ୍ଭ କରିବା, ଔଷଧ ସୂଚୀ ଅନୁସରଣ କରିବା ଏବଂ ଅଗ୍ରଗତି ଯା କରିବା ପାଇଁ ନିୟମିତ ଭାବରେ ହୃଦରୋଗ ବିଶେଷଜ୍ଞ ସହିତ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ । ଧୂମପାନ ବନ୍ଦ କରିବା ସହିତ ହୃଦଘାତର ସାମଗ୍ରିକ ପରିଚାଳନା ଏବଂ ଓଜନ ନିୟନ୍ତ୍ରଣ, କମ ଲୁଣ ଏବଂ ସୁସ୍ଥ ଆହାର, ନିୟମିତ ଖାଇବା ଅଭ୍ୟାସ ଏବଂ ବ୍ୟାୟାମ ଭଳି ସାଧାରଣ ଜୀବନଶୈଳୀରେ ପରିର୍ବନ ଲୋକମାନଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ ।

“ହୃଦଘାତକୁ ରୋକନ୍ତୁ – ଏହା କରିବା ଅପେକ୍ଷା କହିବା ସହଜ ଅଟେ । କିନ୍ତୁ ହୃଦଘାତର କିଛି ସ୍ପଷ୍ଟ ସଙ୍କଟ କାରକ ଅଛି ଯାହା ସମସ୍ତେ ଜାଣିବା ଆବଶ୍ୟକ । ଧୁମପାନ ସେଥି ମଧ୍ୟରୁ ଗୋଟିଏ । ଧୁମପାନ ଆପଣଙ୍କ ହୃଦୟରେ ଏକ ଅତିରିକ୍ତ ଚାପ ପକାଇଥାଏ ଯାହା ସ୍ଥାୟୀ କ୍ଷତି ଘଟାଇପାରେ । ସମୟ କ୍ରମେ ଆପଣଙ୍କର ହୃଦୟ ମାଂସପେଶୀରେ ଚାପ ଏବଂ କ୍ଷତି ହୃଦଘାତରେ ପରିଣତ ହୋଇପାରେ । ଧୂମପାନ ଜାରି ରଖିବା ଦ୍ୱାରା କ୍ଷତି ଅଧିକ ଖରାପ ହେବ ଏବଂ ତେଣୁ ସୁସ୍ଥ ହୃଦୟ ପାଇଁ ଧୂମପାନ ବନ୍ଦ କରିବା ଗୁରୁତ୍ୱପୂର୍ଣ୍ଣ । ବର୍ଷ ବର୍ଷ ଧରି ମୁଁ ଏହା ମଧ୍ୟ ଦେଖିଛି ଯେ ଧୂମପାନ ଛାଡିଥିବା ମୋର ଅଧିକାଂଶ ରୋଗୀ ସେମାନଙ୍କ ରକ୍ତଚାପ ଏବଂ ନାଡିର ହାର ଉପରେ ଭଲ ନିୟନ୍ତ୍ରଣ ହାସଲ କରିଛନ୍ତି, ସେମାନଙ୍କର କଷ୍ଟ୍ରେଲ ସ୍ତର ଏବଂ ହୃଦରୋଗର ସଙ୍କଟ ହ୍ରାସ କରିଛନ୍ତି ।” ଭୁବନେଶ୍ୱରର ଆପୋଲୋ ହସ୍ପିଟାଲର ଇରଭେସନଲ କାର୍ଡିଓଲୋଜି ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ସାହୁ କୁହନ୍ତି ।

ଭାରତରେ ପରିବର୍ତ୍ତିତ ଜୀବନଶୈଳୀ ବିଷୟରେ ଚିନ୍ତିତ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡା. ସତ୍ୟନାରାୟଣ ରାଉତରାୟ, ପ୍ରଫେସର ତଥା ହୃଦରୋଗ ବିଭାଗର ମୁଖ୍ୟ, ମେଡିକାଲ କଲେଜ, ଓଡିଶା କୁହନ୍ତି, “ଉଚ୍ଚ ରକ୍ତଚାପ, ଉଚ୍ଚ କଲେଷ୍ଟ୍ରଲ, ମଧୁମେହ, ମେଦ ବହୁଳତା, ନିମ୍ନ କାର୍ଯ୍ୟକଳାପ ସ୍ତର, ଉଚ୍ଚ ଚାପ ଚାକିରି, ଏବଂ ସେବନ କରାଯାଉଥିବା ଆହାରରେ ଅନିୟମିତତା ହୃଦଘାତର ଆଶଙ୍କା ବଢାଇଥାଏ । ମୋ କ୍ଲିନିକକୁ ଆସୁଥିବା ପ୍ରାୟ ପ୍ରତ୍ୟେକ ରୋଗୀଙ୍କର ଏହି ବିପଦ କାରକଗୁଡିକର ୨ରୁ ଅଧିକ ଥାଏ । ଏହା ବ୍ୟତୀତ ୧୦ ଜଣ ରୋଗୀଙ୍କ ମଧ୍ୟରୁ ୨ ଜଣ ଧୂମପାନକାରୀ ଅଟନ୍ତି ଏବଂ ସେମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ତଥାପି, ହୃଦଘାତକୁ ପରିଚାଳନା କରାଯାଇପାରିବ ଏବଂ ଏହାର ଗମ୍ଭୀରତା ଅନୁଯାୟୀ ହୃଦଘାତକୁ ଚିକିତ୍ସା କରିବା ପାଇଁ ଅନେକ ବିକଳ୍ପ ଅଛି । ଚିକିତ୍ସା ସୂଚୀ ପାଳନ କରୁଥିବା ମୋର ରୋଗୀମାନେ ଏକ ସୁସ୍ଥ ଜୀବନଶୈଳୀ ଆପଣାନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଧୂମପାନ ତ୍ୟାଗ କରିବା ଦ୍ୱାରା ସେମାନଙ୍କ ହୃଦୟ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଦେଖାଇଛି ।
 ହୃଦଘାତ ରୋଗୀମାନଙ୍କ ହୃଦୟର ଯତ୍ୱ ନେବା ଏବଂ ଧୂମପାନ ଛାଡିବା ପାଇଁ ଏଠାରେ କିଛି ଟିପ୍ସ ଦିଆଯାଇଛି:
ଜଳ ଏବଂ ଲୁଣ ଗ୍ରହଣକୁ କମ କରି ଏକ ହୃଦୟ ସୁସ୍ଥ ଆହାର ପାଳନ କରନ୍ତୁ ଏବଂ ଫାଷ୍ଟ ଫୁଡରୁ ଦୂରେଇ ରୁହନ୍ତୁ
ନିୟମିତ ବ୍ୟାୟାମ ଏବଂ ଉପଯୁକ୍ତ ଶୋଇବା କାର୍ଯ୍ୟସୂଚୀ ସହିତ ଏକ ସକ୍ରିୟ ଜୀବନଶୈଳୀକୁ ଆଗେଇ ନିଅନ୍ତୁ
ରକ୍ତଚାପ ଏବଂ ବ୍ଲଡ ସୁଗାରକୁ ନିୟମିତ ଯାଞ୍ଚ କରନ୍ତୁ
ଆପଣ ସମସ୍ତ ଚିକିତ୍ସା କାର୍ଯ୍ୟସୂଚୀ ଅନୁସରଣ କରୁଥିବା ଏବଂ ନିୟମିତ ଭାବରେ ଆପଣଙ୍କର ହୃଦରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରୁଥିବା ନିଶ୍ଚିତ କରନ୍ତୁ
ବନ୍ଧୁ ଏବଂ ସହଯୋଗୀମାନଙ୍କଠାରୁ ଆପଣଙ୍କର ‘ଧୂମପାନ ବନ୍ଦ’ ସମର୍ଥନ ପ୍ରାପ୍ତ କରନ୍ତୁ।
ଜାଣିଶୁଣି କିମ୍ବା ଅଜାଣତରେ ଧୂମପାନକାରୀମାନେ ସେମାନଙ୍କ ହୃଦୟରେ ଧୂମପାନର ପ୍ରଭାବକୁ ଅଣଦେଖା କରନ୍ତି । ଧୂମପାନ ଏବଂ କର୍କଟ ରୋଗର ସଙ୍କଟ ଉପରେ ଅଧିକ ଧ୍ୟାନ ଦିଆଯାଇଥିବାବେଳେ ହୃଦଘାତର ବର୍ଦ୍ଧିତ ଆଶଙ୍କାକୁ ଦୃଷ୍ଟି ଦିଆଯାଇନଥାଏ । ତେଣୁ ଧୂମପାନକାରୀ ଏବଂ ସେମାନଙ୍କ ପରିବାରକୁ ଧୂମପାନର ଅବାଞ୍ଛିତ ପ୍ରଭାବ ଏବଂ ହୃଦଘାତ ଉପରେ ଏହାର ପ୍ରଭାବ ବିଷୟରେ ଶିକ୍ଷା ଦେବା ଆଜି ଏକ ପ୍ରାଥମିକତା ପାଲଟିଛି । ସମୟାନୁବର୍ତ୍ତି ଚିକିତ୍ସା ସହିତ ପ୍ରଭାବଶାଳୀ ହୃଦଘାତ ପରିଚାଳନା ମୃତ୍ୟୁହାରକୁ ସ୍ରାସ କରିବା, ଭବିଷ୍ୟତରେ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ସଞ୍ଚୟ ଏବଂ ରୋଗୀର ସୁସ୍ଥ ଜୀବନ ପାଇଁ ଏକ ଉପାୟ ଅଟେ ।

Khansweb Solution Bhubaneswar

Leave A Reply

Your email address will not be published.