banner
Breaking

ବିଏମସି ପୌର ନିର୍ବାଚନ ପାଇଁ ୪ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

0

ଭୁବନେଶ୍ୱର,୪ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ୪ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ବୁଧବାର ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଗୁରୁବାର ଆଉ ୩ ଜଣ ଫର୍ମ ନେଇଛନ୍ତି । ଫଳରେ ଦୁଇ ଦିନରେ ମୋଟ ୮ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ଫର୍ମ ନେଇଛନ୍ତି । ସେହିପରି ବୁଧବାର ୧୯୪ ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବାବେଳେ ଗୁରୁବାର ଆଉ ୧୭୭ ଜଣ ପ୍ରାର୍ଥୀ ଏଥିପାଇଁ ମନୋନୟନ ଫର୍ମ ନେଇଛନ୍ତି । ୨ ଦିନରେ ମୋଟ ୩୭୧ ଜଣ ପ୍ରାର୍ଥୀ ବିଭିନ୍ନ ୱାର୍ଡରେ କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଛନ୍ତି। ଏଥିପାଇଁ ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ବିଏମ୍‌ସିର ୬୭ଟି ୱାର୍ଡର ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ମତଦାନ କରିବାକୁ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ୩ ଲକ୍ଷ ୯୪ ହଜାର ୫୧୦, ମହିଳା ଭୋଟର ସଂଖ୍ୟା ୩ ଲକ୍ଷ ୩୦ ହଜାର ୮୧୫ ଏବଂ ୪୪୦ ଜଣ ଅନ୍ୟ ମତଦାତା ରହିଛନ୍ତି । ମୋଟ ୭୦୫ ବୁଥ୍‌ରେ ମତଦାତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

Khansweb Solution Bhubaneswar

Leave A Reply

Your email address will not be published.