banner
Breaking

ଆଜି ମହା ଶିବରାତ୍ରି

0

ଭୁବନେଶ୍ୱର,୧।୩(ବ୍ୟୁରୋ): ଆଜି ମହାଶିବରାତ୍ରି । ଏହି ଅବସରରେ ବାବା ଲିଙ୍ଗରାଜଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାତି ୩ଟାରୁ ମନ୍ଦିରର ମୁଖ୍ୟଦ୍ୱାର ଖୋଲିଛି। ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଇଛି । ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରୁଛନ୍ତି ଭକ୍ତ । ବ୍ୟାରିକେଡ ଭିତରେ ଧାଡ଼ି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି । ସେହିପରି ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.