banner
Breaking

ଡିସିପି ଅଫିସ ଆଗରେ ଧାରଣା ଦେଲେ ସୌମ୍ୟରଞ୍ଜନଙ୍କ ପରିବାର

0

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୨୨ ଦିନ ବିତିଲାଣି। ହେଲେ ଏବେ ବି ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ସୋମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସୌମ୍ୟଙ୍କ ମୃତ୍ୟୁ ପାଇଁ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିବା ବେଳେ ତାଙ୍କ ନାଁରେ ଅଭିଯୋଗ କରାଯାଇଛି। ଏହା ସତ୍ତ୍ୱେ ପୋଲିସ ତାଙ୍କୁ କାହିଁକି ଜେରା କରି ନାହିଁ ବୋଲି ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋନାଲିଙ୍କୁ ଗିରଫ କରିବା ଦାବିରେ ସୋମବାର ସେମାନେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସୋନାଲିଙ୍କୁ ଗିରଫ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ପରିବାରଲୋକେ ଚେତାବନୀ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.