banner
Breaking

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବିଧାୟକ ସୁଶାନ୍ତ ରାଉତ

0

ଭୁବନେଶ୍ବର,୧୬/୨(ବ୍ୟୁରୋ): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ବତ କଲ୍ୟାଣପୁର ଗ୍ରାମ ପଂଚାୟତର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ୱରେ ବିଜୁଜନତା ଦଳର ଏକ କର୍ମୀ ସମ୍ମିଳନୀ କଲ୍ୟାଣପୁର ସ୍ଵସ୍ତିବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ବବିତା ରାଉତଙ୍କୁ ବିପୁଳ ଜନସମର୍ଥନରେ
ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ କର୍ମୀମାନେ ଶପଥ ନେଇଥିଲେ |
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ଵଚ୍ଛ ଶାସନ , ନିର୍ମଳ ଭାବମୂର୍ତ୍ତି ଗରିବ କଲ୍ୟାଣ ଯୋଜନା ପାଇଁ ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। | ଏହି ମାଟି ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ଆଗାମୀ ଦିନରେ ମାନ୍ୟବର ବିଧାୟକଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟପନ୍ଥାକୁ ପାଥେୟ କରି ପାଞ୍ଚ ପଞ୍ଚାୟତର ୩୦ନ° ଜନରେ ପ୍ରାର୍ଥୀନୀ ବବିତା ରାଉତଙ୍କୁ ବିପୁଳ ସ°ଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ବୋଲି ବିଜେଡି ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର ଅଭିଭାଷଣ ରଖିଥିଲେ। ଆଜିର ଏହି କର୍ମୀ ସମ୍ମିଳନୀରେ ବରିଷ୍ଠ ମୁରବୀ ଅର୍ନ୍ତଯ୍ୟାମୀ କୁଅଁର, ବସନ୍ତ ରଥ,ଭଗବାନ ଜେନା, ନୃସିଂହ ଖାଡଙ୍ଗା, ଗୋପୀନାଥ ଦାସ,ପବିତ୍ର ସ୍ବାଇଁ,କୈଳାସ ରାଉତ , ପ୍ରଦୀପ ଦାସ , ଅନନ୍ତ ସେନାପତି, ଧନୁର୍ଦ୍ଧର ସ୍ବାଇଁ, ବସନ୍ତ ସାସମଲ୍ , ଲଚ୍ଛମନ୍ ରାଉତ, ମାଧବ ରାଉତ , ସମରେନ୍ଦ୍ର ସାହୁ,ନିମେଇ ଦାସ, ଆଦିକନ୍ଦ ରାଉତ, ଦିଲ୍ଲୀପ ଦାସଶର୍ମା, ଛାତ୍ର ସଭାପତି ସୁବାସ ସାହୁଙ୍କ ସମେତ କଲ୍ୟାଣପୁର ଗ୍ରାମ ପଂଚାୟତର ସମସ୍ତ ମୁରବି ମାନେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.