banner
Breaking

ଘରେ ଘରେ ଦିଆଯିବ ଫାଇଲେରିଆ ଔଷଧ

0

ଭୁବନେଶ୍ୱର,୯।୨(ବ୍ୟୁରୋ): ଗୁରୁବାରଠାରୁ ଦିଆଯିବ ଫାଇଲେରିଆ ଔଷଧ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ଲାଗି ମାସ୍‌ ଡ୍ରଗ ଆଡମିନିଷ୍ଟ୍ରେଶନ ଅଭିଯାନ ଆଧାରରେ ଏହି ଔଷଧ ବଣ୍ଟନ କରାଯିବ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅଭିଯାନ ହେବାକୁ ଥିବା ବେଳେ ଫେବୃୟାରୀ ୧୦ ଅର୍ଥାତ ଗୁରୁବାରଠାରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୧୫ଟି ପ୍ରିଭାଲେଣ୍ଟ ଜିଲାରେ ମାସ୍‌ ଡ୍ରଗ ଆଡମିନିଷ୍ଟ୍ରେଶନ ଅଭିଯାନ କରାଯିବ। ସେହି ସବୁ ଜିଲା ଗୁଡ଼ିକର ଲୋକଙ୍କୁ ଦୁଇଟି ଔଷଧ ଦିଆଯିବ। ଫାଇଲେରିଆ ଏବଂ ଆଲବେଣ୍ଡାଜୋଲ, ଏହି ଦୁଇଟି ଔଷଧ ୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଦିଆଯିବ। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୮ ଜିଲାରେ ଏହି ଅଭିଯାନ ଆରମ୍ଭ ହେବ। ଏହି ଜିଲା ଗୁଡ଼ିକ ହେଲା ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡା। ବାକି ୭ଟି ଜିଲା ବରଗଡ଼, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ରେ ମାର୍ଚ୍ଚ ୭ ତାରିଖରୁ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଥିଲାଗି ପ୍ରାୟ ୫୫,୫୪୪ ଜଣ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ। ଏହାଛଡ଼ା ୫,୫୫୫ ଜଣ ସୁପରଭାଇଜ୍‌ କରିବେ। ସେଥିପାଇଁ ପୂରା ପ୍ରସ୍ତୁତି ହୋଇଛି। ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସମସ୍ତେ ଔଷଧ ଖାଇବେ। ତେବେ ଗର୍ଭବତୀ ମହିଳା, ଅତି ଦୁର୍ବଳ ଲୋକ ଓ ୨ ବର୍ଷରୁ କମ ପିଲାଙ୍କୁ ଏହି ମେଡିସିନ ଦିଆଯିବ ନାହିଁ। ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନ, ଅଫିସକୁ ଯାଇ ଔଷଧ ବାଣ୍ଟିବେ ସ୍ବାସ୍ଥ୍ୟକର୍ମୀ। ଏଥିରେ କୌଣସି ପାର୍ଶ ପ୍ରତିକ୍ରିୟା ନ ଥିବା ବେଳେ ସମସ୍ତଙ୍କୁ ଏହି ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.