banner
Breaking

ନବୀନଙ୍କ ଜନହିତକର ଯୋଜନାକୁ ନେଇ ଲୋକଙ୍କ ପାଖରେ ପ୍ରାର୍ଥୀନୀ ଗଣ୍ଡରପୁର ଗ୍ରାମରେ ବିଜେଡିର ଜୋରଦାର ପ୍ରଚାର

0

ଭୁବନେଶ୍ୱର,୩୦ା୧(ବ୍ୟୁରୋ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ଭୋଟ ହାତେଇବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଏହି କ୍ରମରେ ବିଜେଡି ବହୁ ଆଗରେ ରହିଛି । ନବୀନ
ପଟ୍ଟନାୟକଙ୍କ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରାର୍ଥୀମାନେ ଘରଘର ବୁଲି ଲୋକଙ୍କ ପାଖରେ ପହଞ୍ଚାଇ ବିପୁଳ ସମର୍ଥନ
ହାତଉଛନ୍ତି ।

ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ଖୋର୍ଦ୍ଧା ଜିଲ୍ଲା ପରିଷଦ ୩୦ ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ବବିତା ରାଉତ ଦଳୀୟ କର୍ମୀଙ୍କ ସହ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଘରଘର ବୁଲି ସରକାରଙ୍କ
ଜନହିତକର ଯୋଜନା ସମ୍ବନ୍ଧରେ କହିବା ସହିତ ପ୍ରଚାର ଜାରି ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାରର ସଂପାଦକ ସୁବାଷ ଚନ୍ଦ୍ର ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ,ବରିଷ୍ଠ ମୁରବୀ
ଅନ୍ତର୍ଯ୍ୟାମୀ କଅଁର,କରୁଣାକର ରାଉତ,ମାଧବ ରାଉତ, ପର୍ଯ୍ୟାବେକ୍ଷକ ସମରେନ୍ଦ୍ର ସାହୁ, ରମେଶ ସାହୁ,ଚିତ୍ତରଞ୍ଜନ ଦାସ,ନିମାଇଁ ଦାସ,ଅନୁ ଖୁଣ୍ଟିଆ,ଟୁଟୁ ହାତୀ,ଦିପୁ ରାଉତ,ଗୀତା ପଣ୍ଡା,ଶାନ୍ତିଲତା ପ୍ରଧାନ,ରୁତୁପୂର୍ଣ୍ଣା ମହାନ୍ତି,ମୋନାଲିସା ମହାରଣା ଓ ସ୍ଥାନୀୟ କର୍ମକର୍ତ୍ତା ସାମିଲ ଥିଲେ । ବିଭିନ୍ନ ସ୍ଥାନରେ ଗାଁର ମହିଳାମାନେ ଫୁଲମାଳ ଓ ହୁଳହୁଳି ଦେଇ
ପ୍ରାର୍ଥୀନୀଙ୍କୁ ସ୍ୱାଗତ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.