banner
Breaking

ଇଶାନେଶ୍ବର ବସ୍ତିରେ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର,୨୬/୧ : ନୀଳାଦ୍ରି ବିହାର ସ୍ଥିତ ଇଶାନେଶ୍ବର ବସ୍ତିରେ ପବିତ୍ର ୭୩ ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷ୍ଟେଟବ୍ୟାଙ୍କ ଏସଟି,ଏସସି ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ
ବ°ଶୀଧର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ସଙ୍ଘର ସଭାପତି ସାଧୁ ଚରଣ ସାମନ୍ତରାୟ, ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଇଶାନେଶ୍ବର ବସ୍ତିର ବସନ୍ତ ଦାସ,ରାଜେଶ ବେହେରା, ମନୋରଞ୍ଜନ ମହାନ୍ତି, ଭରତ ଆଦକ ପ୍ରମୁଖ ଉପସ୍ଥିତ ଥିଲେ। ବଟକୃଷ୍ଣ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.