banner
Breaking

ଏଲପିଟିମ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

0

ଭୁବନେଶ୍ୱର,୨୬/୧ : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ପବିତ୍ର ୭୩ ତମ ସାଧାରଣତନ୍ତ୍ର ଦିବସ ଚନ୍ଦ୍ରଶେଖରପୁର ହାଉସି° ବୋର୍ଡ କଲୋନୀ ଦୁର୍ଗା ପଡିଆ ଠାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଏଲପିଟିମର ସଭାପତି ରମାକାନ୍ତ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ଅନିରୁଦ୍ଧ ଲେଙ୍କା ଟିମର ବିଭିନ୍ନ ସାମାଜିକ କାର୍ଯ୍ୟ ଊପରେ ଆଲୋଚନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.