banner
Breaking

ଆଜିଠାରୁ ଚାଲିବ ଭୁବନେଶ୍ବର ରୁ ନୟାଗଡ଼ ସେବା ଏକ୍ସପ୍ରେସ୍ ଟ୍ରେନ୍।

0

ଭୁବନେଶ୍ବର,୧୫/୧୦(ଓଡ଼ିଆ ନ୍ୟୁଜ) ଆଜିଠାରୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା ସହ ନୟାଗଡରେ ରାତି ୮ଟା ୪୫ର ପେହଁଚିବ । ଏତତ୍ ବ୍ୟତୀତ ଫେରିବା ରୁଟରେ ଏହା ନୟାଗଡ ଟାଉନଠାରୁ ସକାଳ ୬ଟା ୩୦ ମିନିଟରେ ବାହାରି ଭୁବନେଶ୍ୱରରେ ସକାଳ ୯ଟାରେ ପହଁଚିବ । ଏହି ସେବା ଟ୍ରେନ ପାଇଁ ଅନ୍ୟ ସୁବିଧାକୁ ଦେଖି ପୂର୍ବରୁ ନୟାଗଡ-ଖୋର୍ଧା ରୁଟ ଦେଇ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଗୁଡିକର ସମୟରେ ପରିବର୍ତନ ହୋଇଛି । ଆଜି ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ ମଧ୍ୟରେ ଚଳାଚଳ ହେବାକୁ ଥିବା ବହୁ ପ୍ରତିକ୍ଷୀତ ସେବା ଏକ୍ସପ୍ରେସ ଓ ଆହୁରି ୯ଟି ସେବା ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ।

Khansweb Solution Bhubaneswar

Leave A Reply

Your email address will not be published.