banner
Breaking

ରାଜଧାନୀ କିଓସ୍କରେ ଚାଲିଲା ଅଶ୍ଳୀଳ ଭିଡିଓ

0

ଭୁବନେଶ୍ୱର,୧୬।୧(ବ୍ୟୁରୋ): କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ନୁହେଁ ବରଂ ପ୍ରସାରଣ କରାଯାଇଥିଲ ଅଶ୍ଲୀଳ ଭିଡିଓ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ। ଶନିବାର ରାତିରେ ଅଶ୍ଲୀଳ ଭିଡିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଏହି ଭିଡିଓ ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ଲୋକେ କହିଛନ୍ତି। ଏଥିରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ସହିତ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ। ମାତ୍ର ସେଠାରେ ଏଭଳି ଅଶ୍ଲୀଳ ଭିଡିଓ ଘଟଣା ନିନ୍ଦନୀୟ ବୋଲି କୁହାଯାଇଛି। କିଓସ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଦାୟିତ୍ୱରେ ରହିଛି। କିନ୍ତୁ କିଓସ୍କରେ କେମିତି ଅଶ୍ଳୀଳ ଭିଡିଓ ଚାଲିଲା, ତାହା ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.