banner
Breaking

ଭୁବନେଶ୍ୱରରେ ପୁଣି ୭ ଟି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

0

ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍‌ । ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍‌ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମିତମାନେ ହୋମ ଆଇସୋଲେଶନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍‌ ହସ୍ପିଟାଲକୁ ପଠାଯାଉଛି।

ତେବେ ବିଏମ୍‌ସି କହିଛି, ଗୋଟିଏ ଜୋନରେ ତିନୋଟି ଟିମ ପଇଁତରା ମାରିବ। ଫାଇନ ଆଦାୟ ସହ ଗହଳି କଲେ ଦୋକାନ ସିଲ ହେବ । ଆଜି ରବିବାର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ, ପାର୍କ, ମଠ, ମନ୍ଦିର ଆଦି ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜୋନାଲ ଡେପୁଟି କମିଶନର କହିଛନ୍ତି । ଶନିବାର ବିଏମ୍‌ସି ଅଞ୍ଚଳରୁ ୫୮୧ ଜଣ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରାଣ୍ଟାଇନରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଥିଲା।

Khansweb Solution Bhubaneswar

Leave A Reply

Your email address will not be published.