banner
Breaking

ଭୁବନେଶ୍ୱରରେ ବଢିଲା କୋଭିଡ ହସ୍ପିଟାଲ ସିଟ୍

0

ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍‌ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ୍‌ ଓ କିମ୍ସ ହସ୍ପିଟାଲ ସହ ବିଏମ୍‌ସି ଚୁକ୍ତି କରିଛି। କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ୍‌ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସମ୍‌ କୋଭିଡ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲା।
ରାଜଧାନୀରେ ଏବେ ମୋଟ କୋଭିଡ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ଶଯ୍ୟା ସଂଖ୍ୟା ୧,୬୯୯କୁ ବୃଦ୍ଧି ପାଇଛି। ଏହା ସହିତ ବିଏମ୍‌ସିି ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି। ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମ୍‌ସି କମିଶନର ସଂଜୟ ସିଂହ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.