banner
Breaking

ରାଜଧାନୀରେ ୯ ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା

0

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଲାଣି। ସହରର ଏକାଧିକ ସ୍ଥାନରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଫଳରେ ସଂକ୍ରମଣକୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଉଛି।

ଗୁରୁବାର ସହରର ୯ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଦୁଇଦିନ ମଧ୍ୟରେ ୧୯ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି। ମହାନଗର ନିଗମର ଦକ୍ଷିଣପଶ୍ଚିମ ଜୋନ୍‌ର ଓ୍ବାର୍ଡ ନଂ ୩୮ ଅନ୍ତର୍ଗତ ନୟାପଲ୍ଲୀ ବ୍ରିଟ୍‌ କଲୋନୀ ସ୍ଥିତ ପ୍ଲଟ୍‌ ନଂ.ଏଲ୍‌ଆଇଜି ୧୧୮କୁ କଣ୍ଟେନମେଣ୍ଟ କରାଯାଇଛି। ସେହିପରି ଓ୍ବାର୍ଡ ନଂ. ୪୬ ୟୁନିଟ୍‌-୬ ସ୍ଥିତ ଭୀମପୁରର ପ୍ଲଟ୍‌ ନଂ. ୨୫୨/୨୬୯୯, ଓ୍ବାର୍ଡ ନଂ. ୪୯ ଆଇଗିଣିଆର ଶ୍ରୀକ୍ଷେତ୍ର ରେସିଡେନ୍ସିର ଫ୍ଲାଟ୍‌ ନଂ.ଏ/୨-୩୦୩ ଓ ବି/୧-୨୦୪କୁ କଣ୍ଟେନ୍‌ମେଣ୍ଟ କରାଯାଇଛି।

ସେହିପରି ଦକ୍ଷିଣପୂର୍ବ ଜୋନ୍‌ର ଓ୍ବାର୍ଡ ନଂ.୨୯ ୟୁନିଟ୍‌-୯ ସ୍ଥିତ କ୍ୱାଟର ନଂ.୪ ଆର୍‌ଏଫ୍‌-୨୦, ଓ୍ବାର୍ଡ ନଂ. ୩୫ ୟୁନିଟ-୩ ସ୍ଥିତ ଗୁରୁଦ୍ୱାର ପଛ ପ୍ଲଟ୍‌ ନଂ. ୭, ଓ୍ବାର୍ଡ ନଂ. ୫୭ ଟଙ୍କପାଣି ରୋଡ୍‌ ସ୍ଥିତ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ.୨୦୯, ଓ୍ବାର୍ଡ ୫୮ ଅନ୍ତର୍ଗତ ଟଙ୍କପାଣି ରୋଡ୍‌ସ୍ଥିତ ଆପୋଲୋ ଫାର୍ମାସୀ ନିକଟସ୍ଥ ପ୍ଲଟ୍‌ ନଂ.୧୧୪୭ ଏବଂ ଓ୍ବାର୍ଡ ନଂ.୫୫ ଗୌତମ ନଗର ସ୍ଥିତ ଉତ୍କଳ ରୟାଲ ରେସିଡେନ୍ସିର ଫ୍ଲାଟ୍‌ ନଂ.ଏ/୯୪କୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। ଏଠାରେ ଏକାଧିକ ପଜିଟିଭ୍‌ ଚିହ୍ନଟ ହେବାରୁ ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି। ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ସ୍ଥାନଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ। ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସର ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.