banner
Breaking

ମାର୍କେଟବିଲଡି° ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

0

ଭୁବନେଶ୍ୱର,୪।୧(ବ୍ୟୁରୋ): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡି। ଉଠାଦୋକାନୀଙ୍କୁ ଉଠାଇବା ଦାବିରେ ଏହାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଜଣେ ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମ୍‌ସି କର୍ତ୍ତୃପକ୍ଷ ପହଞ୍ଚି ବୁଝାସୁଝା କରିବା ସହ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ। ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନକୁ ବନ୍ଦ ରଖିବା ଲାଗି ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ନିଷ୍ପତ୍ତି ନେଇଛି। ଏପରିକି ଉଠାଦୋକାନୀମାନଙ୍କୁ ଯେତେଯାଏ ସେଠାରୁ ହଟା ନ ଯିବ ସେତେଯାଏ ଏହା ବନ୍ଦ ରହିବ ବୋଲି ଆସୋସିଏଶନ ଚେତାବନୀ ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.