banner
Breaking

ଶେଷରେ ହକରଙ୍କୁ ମିଳିଲା ହକ୍

0

ଭୁବନେଶ୍ବର,୨୩।୧୨(ବ୍ୟୁରୋ): ହକରଙ୍କୁ ମିଳିଲା ହକ୍‌ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ପଞ୍ଜିକୃତ ଖବରକାଗଜ ହକରଙ୍କୁ ୬ ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ପ୍ରଦାନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ରାଜ୍ୟର ୭୩୦୦ ହକରଙ୍କ ନାମ ପଞ୍ଜୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ। ଭିସି ଯୋଗେ ସହାୟତା କାର୍ଯ୍ୟର ଗୁରୁବାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ହକରଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କାର ସହାୟତା ମିଳିବ ଓ ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ ଓ ଅର୍କମଣ୍ୟ ହେଲେ ଦେଢ ଲକ୍ଷର ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହାଛଡ଼ା ସେମାନେ ସୁବିଧାରେ କାମ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ଜିଲାସ୍ତରରେ ଓ୍ବାର୍କସେଡ୍‌ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.