banner
Breaking

ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସାଂଗଠନିକ ସମ୍ମିଳନୀ ବସ୍ତି ବାସିନ୍ଦାଙ୍କ ସହ ମୁହାଁମୁହିଁ ଆଲୋଚନା କଲେ ଉତ୍ତର ବିଧାୟକ

0

ଭୁବନେଶ୍ୱର,୧୯ା୧୨- ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘ ଉତ୍ତର ମଣ୍ଡଳ ପକ୍ଷରୁ
ଚନ୍ଦ୍ରଶେଖରପୁର ସ୍ଥିତ ମା ଶିଖରଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ସାଂଗଠନିକ ସମ୍ମିଳନୀ ଓ
ବନ୍ଧୁ ମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ।
ମହାସଂଘର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ
ଯୋଗଦେଇ ଲୋକଙ୍କର ଓ ବସ୍ତିର ବିଭିନ୍ନ ସମସ୍ୟା ଉପରେ ମୁହାଁମୁହିଁ ଅଲୋଚନା
କରିଥିଲେ । ସେ କହିଥଲେ ଓଡିଶାର ଜନପ୍ରିୟ ମୁଖମନ୍ତ୍ରୀ ସବୁବେଲେ ବସ୍ତି ବାସିନ୍ଦାଙ୍କ
ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି । ରାସ୍ତା ଘାଟ ଠାରୁ ଆରମ୍ଭ କରି ମାଗଣା ବିଜୁଳି, ପାଣି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ
ଯେପରି କାହାର ଅସୁବିଧା ନହୁଏ ସେଥିପ୍ରତି ନଜର ରଖିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ
ଦେଇଛନ୍ତି । ମୁଖ୍ୟ ବକ୍ତା ରୂପେ ଓଡିଶା ମୋ ପରିବାରର ସମ୍ପାଦକ ସୁବାଷ ଚନ୍ଦ୍ର
ପାତ୍ର ଯୋଗଦେଇ କହିଥିଲେ ବିଜେଡି ସବୁବେଳେ ଲୋକଙ୍କ ସହିତ ରହିଛି । ବନ୍ୟା,
ବାତ୍ୟା,ମରୁଡି, ପ୍ରାକୃତିକ ଦୁର୍ବିପାକ କିମ୍ବା ମହାମାରୀ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗୁଆ ପଦେକ୍ଷପ ଗ୍ରହଣ କରୁଛନ୍ତି । ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ଉପ-ସଭାନେତ୍ରୀ ସଂଯୁକ୍ତା ମହାନ୍ତି, ଉତ୍ତର ସଭାନେତ୍ରୀ ସୁର୍ଯ୍ୟକାନ୍ତି ଜେନା, ସମାଜସେବୀ ନରେଶ ପାତ୍ର, ଉତ୍ତର ବିଜେଡି ଉପଦେଷ୍ଟା ସମରେନ୍ଦ୍ର ସାହ. ମହାସଂଘ ସଭାପତି ବଳରାମ ବେହେରା ଓ ଉପ ସଭାପତି ଅଲେଖ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ୍ୟଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘ ଉତ୍ତର ମଣଣ୍ଡଳର କର୍ମକର୍ତ୍ତାଙ୍କୁ ଆଇ କାର୍ଡ ବଣ୍ଟନ
କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘ ପକ୍ଷରୁ ଉତ୍ତର ମଣ୍ଡଳର ନୂତନ
କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ନିଳକଣ୍ଠ ରାଉତ, ହେମନ୍ତ
କୁମାର ବେହୁରା ଉପସଭାପତି, ପ୍ରଭାତ କୁମାର ସେଠୀ ସମ୍ପାଦକ, ଫକୀର ମହାରଣା
କୋଷାଧକ୍ଷ ଥଲେ ।
ସୁକାନ୍ତ ରାଉତ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଧିରେନ୍ଦ୍ର ସ୍ୱାଇଁ ବାର୍ଷିକ
ବିବରଣୀ ପାଠ କରିଥଲେ । ଏଥିରେ ୫୦ ଟି ବସ୍ତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଶେଷରେ ସଭାପତି ବଳରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.