banner
Breaking

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଯାପିତ

0

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ମହାମାରୀ ମାନବସମାଜକୁ ଆତ୍ମପରିଚିତିର ଏକ ମାଧ୍ୟମ ପ୍ରଦାନ କରିଛି। ଏପରି ସମୟରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସ୍ବଦେଶୀ ଭାବନା ପରିପ୍ରକାଶର ଏକ ଅନନ୍ୟ ଅବସର ପ୍ରଦାନ କରିଥିବାରୁ ଏହା ସମାଜକୁ ଉନ୍ନତ କରିବାରେ ସହାୟକ ହେବ। ଏପରି ମହୋତ୍ସବର ଆୟୋଜନ ଭାରତୀୟଙ୍କୁ ପାଶ୍ଚାତ୍ୟ ତଥା ବ୍ରିଟିଶ ମାନସିକତା ଚିନ୍ତାଧାରାକୁ ତ୍ୟାଗକରି ସ୍ବଦେଶୀ ସାରସ୍ବତ କୃତିକୁ ଅପଣାଇବାରେ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ୩ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲ୍‌ଏଫ୍‌)ର ରବିବାର ଉଦ୍‌ଯାପନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ ଏହା କହିଛନ୍ତି। ଆସନ୍ତା ବର୍ଷଠାରୁ ନେପାଳର କାଠମାଣ୍ଡୁରେ ମହୋତ୍ସବର ଏକ ସଂସ୍କରଣ ଆୟୋଜନ କରାଯିବ ବୋଲି କେଏଲ୍‌ଏଫ୍‌ ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା କହିଛନ୍ତି।
ମାଗାଜିନର ପରିଚାଳନା ସମ୍ପାଦକ ସତୀଶ ପଦ୍ମନାଭନ୍‌ କହିଲେ, ଆଜିକାଲି ସୋସିଆଲ ମିଡିଆ ଏବଂ ଅନ୍ୟକିଛି ଡିଜିଟାଲ୍‌ ମିଡିଆରେ ବିନା ସମ୍ପାଦନାରେ ଅନେକ ଅନୁପଯୁକ୍ତ ବିଷୟବସ୍ତୁ ଆସୁଛି। ନେପାଳର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ରଞ୍ଜିତ ରାଏ କହିଲେ, ଭାରତ ଆତ୍ମନିର୍ଭର ହେବା ପାଇଁ ନିଜ ଘରୋଇ ଦକ୍ଷତା ଚିହ୍ନିବା ହେଉଛି ପ୍ରାରମ୍ଭିକ ସୋପାନ। ପାରାଅଲମ୍ପିକ୍‌ ମେଡାଲ ବିଜେତା ପ୍ରମୋଦ ଭଗତ କହିଛନ୍ତି, କ୍ରୀଡ଼ାରେ କର୍ପୋରେଟ୍‌ ପୁଞ୍ଜି ବିନିଯୋଗ କେବଳ ନିବେଶ ଓ ଲାଭ ଧାରଣା ଉପରେ ଆଧାରିତ ହେବା ଉଚିତ୍‌ ନୁହେଁ। ଅଲିମ୍ପିକ୍‌ ସ୍ତରର କ୍ରୀଡ଼ାବିତ୍‌ ପ୍ରସ୍ତୁତି ପାଇଁ ପ୍ରାୟ ଏକ ଦଶନ୍ଧିର ପ୍ରୟାସ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ କ୍ରୀଡ଼ା ସାମ୍ବାଦିକ ଆୟାଜ ମେମୋନଙ୍କ ଦ୍ୱାରା ସମ୍ପାଦିତ ‘ଦ୍ୱିତୀୟ ଇନିଂସ’ ସମେତ ୧୦ଟି ପୁସ୍ତକକୁ ମିଶାଇ ମୋଟ ୩୦ ଉନ୍ମୋଚିତ ହୋଇଥିଲା। ‘ମିଷ୍ଟିକ ମାଇକ୍‌’ କାର୍ଯ୍ୟକ୍ରମରେ ୨୦ ଜଣ କଳାକାର ପ୍ରତିଭା ପ୍ରଦର୍ଶନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.