banner
Breaking

ସିଡିଏସ ଜେନେରାଲ ବିପିନ ରାୱତ ଓ ଓଡ଼ିଆ ପୁଅ ରାଣାପ୍ରତାପଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ବର,୯/୧୩ : ତାମିଲନାଡୁ କୁନ୍ନୁରରେ ବାୟୁସେନାର ଏମଆଇ୧୭ଭି୫ ହେଲିକପ୍ଟର କ୍ରାସ୍ ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ବୀର ଯୋଦ୍ଧାଙ୍କ ପରଲୋକରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଗଭୀୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ବବିଦ୍ୟାଳୟ ମହମବତୀ ପ୍ରଜ୍ଜଳନ କରାଯାଇଥିଲା। ଏଥି ସହିତ ଉକ୍ତ ଘଟଣାରେ ଦେଶପାଇଁ ପ୍ରାଣବଳି ଦେଇଥିବା ଓଡ଼ିଆ ପୁଅ ତଥା ଭାରତୀୟ ସେନାର ଜୁନିଅର ୱାରେଣ୍ଟ ଅଫିସର ରାଣାପ୍ରତାପ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଏଥିରେ ଯୋଗଦେଇ ଅମର ଆତ୍ମାର ସତଗତି କାମନା ପାଇଁ ନୀରବ ପ୍ରାର୍ଥନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.