banner
Breaking

୫ଟିର ପ୍ରଭାବ। ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଏହିସବୁ।

0

ଭୁବନେଶ୍ୱର, ୧୪ା୧୦(ଓଡ଼ିଆ ନ୍ୟୁଜ): ୫ଟି ର ପ୍ରଭାବ। ମୋ ସରକାର ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତିନି ଜିଲ୍ଲା ମେଡ଼ିକାଲ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ । ମୋଟୁରୁ ମାଲକାନଗିରି ପାଇଁ ପ୍ରତିଦିନ ବସ୍ ସେବା ଉପଲବ୍ଧ କରାଯିବ । ରୋଗୀଙ୍କ ପାଇଁ ବିଶ୍ରାମଗାର, ଡାକ୍ତର ପାଇଁ ରହିବା ବ୍ୟବସ୍ଥା କରାଯିବ ।

ସେହିପରି କୋରାପୁଟ ମେଡ଼ିକାଲ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ । ବର୍ତ୍ତମାନର କୋଠା ଉପରେ ନୂଆ ୱାର୍ଡ଼ ତିଆରି କରାଯିବା ପାଇଁ ଜୋର ସୋରରେ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । କୋରାପୁଟ ମେଡ଼ିକାଲ ପାଇଁ ଆଉ ୨ଟି ଆମ୍ବୁଲାନ୍ସ ଘୋଷଣା କରାଯାଇଛି । ନବରଙ୍ଗପୁର ଜିଲ୍ଲା ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ । ୨୦୦ଶହ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ ବିଲ୍ଡିଂ କରାଯିବ । ୩ଟି ଆମ୍ବୁଲାନ୍ସ ସହ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ସିଏମଆରଏଫରୁ ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଛି । ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ହୋଇଛି ।

ଉଲ୍ଳେଖଯୋଗ୍ୟ ଯେ ଏହି ୧୦ଦିନ ମଧ୍ୟରେ ୧୨୦ଜଣ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୫ଜିଲ୍ଲା ଗସ୍ତରେ ବରିଷ୍ଠ ଅଧିକାରୀମାନେ ଯାଇ ସ୍ଥିତି ସମୀକ୍ଷା କରିଥିଲେ

Khansweb Solution Bhubaneswar

Leave A Reply

Your email address will not be published.