banner
Breaking

ରାଜଧାନୀରୁ ସେକ୍ସ ରାକେଟ ଠାବ।

0

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ। ହେଲେ ଭିତରେ ଚାଲିଥିଲା ସେକ୍ସ ରାକେଟ । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ଜନଗହଳିପୂର୍ଣ୍ଣ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ । ଜଣେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ସେଣ୍ଟରର ମାଲିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଥିବା ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଚାକିରିର ପ୍ରଲୋଭନ ଦେଖାଇ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ ଏକ କନସଲଟାନ୍ସି ସେଣ୍ଟରରେ ଭର୍ତ୍ତି କରାଯାଉଥିଲା। ଯୁବତୀମାନେ ସେଠାକୁ ଯିବା ପରେ ସେମାନଙ୍କୁ ଜବରଦସ୍ତି ସେକ୍ସ ରାକେଟରେ ଭର୍ତ୍ତି କରାଯାଉଥିଲା। ଦୀର୍ଘ ଦିନ ହେଲା ଉକ୍ତ ସେଣ୍ଟରରେ ଏହି କାରବାର ଚାଲିଥିବା ବେଳେ ପୋଲିସ କିପରି ଟେର ପାଇପାରୁ ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ସେଣ୍ଟରରୁ ଜଣେ ଯୁବତୀ ଖସି ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲାପରେ ଏହାର ଖୁଲାସା ହୋଇଛି । ଖବର ପାଇ ପୋଲିସ ସୋମବାର ଚଢ଼ଉ କରି ପର୍ଦ୍ଦାଫାସ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.