banner
Breaking

ତାମିଲନାଡୁରେ ଓଡିଶୀ ନୃତ୍ୟ ଦେଖିଲେ ୭୨ ଦେଶର ଲୋକ -ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର ,୨୨ ।୧୦(ସମିସ) ତାମିଲନାଡୁ ଅରଭିଲେ ଇଣ୍ଟରନ୍ୟାସନାଲ ଟାଉନସିପ୍ ପରିସରରେ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ସଭାଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ
ଆକର୍ଷଣ ସାଜିଥିଲା ଓଡିଶୀ ନୃତ୍ୟ ।

ଜଗତର ନାଥ ଜଗନ୍ନାଥଙ୍କ ବନ୍ଦନା ପୂର୍ବକ ଭାବ ରଙ୍ଗ ତାଳରେ ନୃତ୍ୟ ପରିବେଷଣ କରିଥିଲେ ଭୁବନେଶ୍ୱର ଡମଣାସ୍ଥିତ ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର କଳାକାରମାନେ । ଏହା ପରେ
ଜଗନ୍ନାଥଙ୍କ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ
ଭାବାତ୍ମକ ପୌରାଣିକ ତତ୍ୱକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା । ଯେଉଁଥିରେ ୭୨ ଦେଶର ଲୋକ ନୃତ୍ୟ ଉପଭୋଗ କରିବା ସହିତ ଭାବବିହ୍ୱଳ ହୋଇ ଯାଇଥିଲେ ।

ଏନେଇ ଷ୍ଟୁଡିଓର ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍
ଜନ୍ମେଜୟ ମହାନ୍ତି କହିଛନ୍ତି ଯେ ବ୍ଲୁ ଲାଇଟ୍ ଡ୍ୟାନ୍ସ
ଷ୍ଟୁଡିଓ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ସହିତ ଓଡିଶୀ ନୃତ୍ୟ ଦ୍ୱାରା ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏ ପର୍ଯ୍ୟନ୍ତ ଏଠାରୁ ହଜାରେରୁ ଉର୍ଦ୍ଧ ନୃତ୍ୟ ଶିଳ୍ପୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଦେଶ. ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଓଡିଶାକୁ ଗୌରବ
ଆଣି ଦେଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମକୁ
ସାମାଜିକ ଗଣମାଧ୍ୟମରେ ସାରା ବିଶ୍ୱର ଲୋକମାନେ
ଦେଖିବା ସହିର ଭୁରି ଭୁରି ପ୍ରଶଂସା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.