banner
Breaking

ଭୁବନେଶ୍ୱର ରନ୍‌ୱେ ୱିକ୍‌ “ପୋଷାକରେ ପ୍ରଦର୍ଶିତ ହେଲା ଭାରତୀୟ କଳାକୃତି”

0

ଉତ୍ସବରେ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ମନରେ ଥାଏ ଉତ୍ସାହ । ପାର୍ବଣରେ ବିଭିନ୍ନ ସୁନ୍ଦର ପୋଷାକ ପରିଧାନ କରି ନିଜକୁ ପରଶି ଦେବାପାଇଁ ପସନ୍ଦ କରିଥାନ୍ତି ସମସ୍ତେ । ପୋଷାକକୁ ଆକର୍ଷଣୀୟ କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନ୍‌ରମାନେ ପୋଷାକକୁ ଦେଇଥାନ୍ତି ନୂଆ ନୂଆ ରୂପ ।

ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକମାନଙ୍କ ନିକଟରେ ପହାଇବା ଲକ୍ଷରେ ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେଜମେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ପମ ସଂସ୍କରଣ ବଛାବଛା ଡ଼ିଜାଇନର୍ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍‌ୱେ ୱିକ୍‌ରେ ଯୋଗଦେଇଥିବା ଡ଼ିଜାଇନର୍‌ମାନଙ୍କ ମଧ୍ୟରେ “ଲେବେଲ୍ ଋତୁପର୍ଣ୍ଣୋ” ବ୍ରାଣ୍ଡ୍‌ର ଡ଼ିଜାଇନ୍‌ର ମନିଷା ଋତୁପର୍ଣ୍ଣା ପଭୂତକୁ ନେଇ “ନକ୍ଷତ୍ର” ଡ଼ିଜାଇନ୍ ପ୍ରଦର୍ଶିତ କରିଥିଲେ ।

“ଟାସା ଉଇଙ୍ଗସ୍‌”ର ସିପ୍ରା ଏବଂ ସାସ୍ୱତୀଙ୍କ ଦ୍ୱାରା ପ୍ରସ୍ତୁତ “ଗ୍ଲାମର୍‌” ଡ଼ିଜାଇନ୍‌ର ପୋଷାକ ପରିବେଷଣ କରାଯାଇଥିଲା । “ଲେବେଲ୍ ବାହାର୍‌” ବ୍ରାଣ୍ଡ୍‌ର ଲୋପାମୁଦ୍ରା ଓ ପ୍ରିୟା ହ୍ୟାଣ୍ଡ୍‌ଲୁମ୍ ଶାଢୀରେ ଓଡ଼ିଶାର ପଟ୍ଟଚିତ୍ର ମୋଗଲ୍ କଳାକୃତି, ରାଜସ୍ଥାନର ଲୋକକଳା ଓ ମହାରାଷ୍ଟ୍ରର ପାଶ୍ଚାତ୍ୟ କଳାକୃତିର ପ୍ରଦର୍ଶିତ କରିଥିଲେ । “ସୁଚୀନନ୍ଦା ବୁଟିକ୍‌” ବ୍ରାଣ୍ଡ୍‌ର ଡ଼ିଜାଇନ୍‌ର ସୁଚିନନ୍ଦାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଗାଉନ୍ ଖୁବ୍ ଆକର୍ଷଣୀୟ ହୋଇଥିଲା । “ରିମ୍‌ଲି ଡ଼ିଜାଇନ୍ ଷ୍ଟୁଡ଼ିଓ”ର ଡ଼ିଜାଇନ୍‌ର ରିମ୍‌ଲି ମହାନ୍ତିଙ୍କ ଦ୍ୱାରା ବିବାହ ଓ ପାର୍ବଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଡ଼ିଜାଇନ୍ “ନାଭ୍ୟା” ପ୍ରଦର୍ଶିତ କରାଯାଇଥିଲା । ସେହିପରି “ଷ୍ଟୁଡ଼ିଓ ଏମ୍‌” ବ୍ରାଣ୍ଡ୍‌ର ମିନତୀ ସାବତଙ୍କ ଦ୍ୱାରା ପ୍ରସ୍ତୁତ ଏମ୍ରୋଡ଼ୋରିର ଆକର୍ଷଣୀୟ ଡ଼ିଜାଇନ୍ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଲିଉଡର ଲୋକପ୍ରିୟ ସିନେ ଷ୍ଟାର ପ୍ରିୟା ଚୌଧୁରୀଙ୍କ ଦ୍ୱାରା ଲେଭଲ ବାହାର, ୨୦୧୮ ମସିହାର ମିସ୍ ଇଣ୍ଡିଆ ୟୁନିଭର୍ସ ନେହାଲ ଚୁଡା ସମା, ଓ ମିନତି ସାବତଙ୍କ ଦ୍ୱାରା ଷ୍ଟୁଡ଼ିଓ ଏମ୍ ଡ଼ିଜାଇନ ସୋ କେସ୍ କରାଯାଇଥିଲା । ଅଡ଼ି ଭୁବନେଶ୍ୱର ସ୍କିପର୍ସ, ଆପକି ସଖି ଡାଇମଣ୍ଡସଙ୍କ ସହଯୋଗରେ ଭୁବନେଶ୍ୱର ରନୱେ ୱିକ୍‌ର ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶିତ କରାଯାଇଥିଲା । ଡ଼ିଜାଇନ୍‌ରମାନଙ୍କ ଦ୍ୱାରା ପ୍ରଦର୍ଶିତ ର‌୍ୟାମ୍ପ ସୋ ରେ ଦର୍ଶକ ବିମୋହିତ ହେବା ସହ କଳାକୃତିକୁ ଭୂୟଷୀ ପ୍ରଶଂସା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.