banner
Breaking

ରାଜ୍ୟ ବରିଷ୍ଠ ନାଗରିକ ସ°ଘର ବିଶ୍ବ ବରିଷ୍ଠ ନାଗରିକ ଦିବସ ଉତ୍ସବ।

0

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ) ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ବିଶ୍ବ ବରିଷ୍ଠ ନାଗରିକ ଦିବସ  ଉତ୍ସବ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନଭେନସନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସଭାପତି ମଧୁମାଧବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥ ଭାବେ ଆପୋଲ ହସ୍ପିଟାଲର ନ୍ୟୁରୋସର୍ଜନ ଡ଼ ପ୍ରଫୁଲ୍ଲ କୁମାର ସାହୁ , ମୁଖ୍ୟବକ୍ତା ଭାବେ
ହେଲ୍ପ ଏଜ ଇଣ୍ଡିଆର ଓଡିଶା ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର ସମ୍ମାନୀତ ଅତିଥି ରୂପେ ବ୍ରହ୍ମାକୁମାରୀ ଲିନା , ରାଜ୍ୟ ସରକାରଙ୍କର ଆହାର କମିଟି ସଦସ୍ୟ ହାସାନ ଖାଁ ଓ ବିଶିଷ୍ଟ କ୍ରୀଡାବିତ୍ ଡ଼ ସୌର୍ଯ୍ୟରଂଜନ ପରିଜା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ପ୍ରଥମେ ପ୍ରଶାନ୍ତ ତ୍ରିପାଠୀଙ୍କ ଶ୍ଳୋକାବୃ୍ତି, ଅଶାଲତା ରାଉତରାୟଙ୍କ ଭଗବତ ଗୀତା ପାଠ , ଅକ୍ଷୟ ନାୟକ ବଂଶୀ ବାଦନ ଓ କୁନି ପ୍ରତିଭା ରୂପାଲି ସାହୁଙ୍କ ବେଦ ପାଠ ଦ୍ବାରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସଂପାଦକ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।

ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ କୌଣସି ଦରକାରୀ କାମ ନପଡିଲେ ବାହାରକୁ ନଯିବା ପାଇଁ ସଭାପତି ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଥିଲେ। ସନସାଇନ୍ ହସ୍ପିଟାଲ ପକ୍ଷରୁ ରିହାତି ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

କରୋନା ମହାମାରୀରେ ଅକାଳ ବିୟୋଗ ଘଟିଥିବା ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରାଯାଇଥିଲା। ଏହି ଅବସରରେ ଶୈଳଶ୍ରୀବିହାର ବରିଷ୍ଠ ନାଗରିକ ସ°ଘ ସ°କଳ୍ପର ସଭାପତି ରବିନ୍ଦ୍ର କୁମାର ମହାନ୍ତିଙ୍କ ଅକାଳ ବିୟୋଗାତ୍ମକ ଶ୍ରଦ୍ଧାସୁମନ ପୁସ୍ତକ ଲୋକାର୍ପିତ କରାଯାଇଥିଲା।

ବିଭିନ୍ନ ପ୍ରତୀଭାମନ୍ତ ବ୍ୟକ୍ତି ବିଶେଷ ଯଥା ନୟାଗଡରେ ଡକାୟତ ନିପାତ କରିଥିବା ଅବସର ପ୍ରାପ୍ତ ପୁଳିସ ଅଧିକାରୀ ହାଡିବନ୍ଧୁ ସ୍ବାଇଁ, ଧର୍ମପରାୟଣ ବ୍ୟକ୍ତିତ୍ୱ ରବିନ୍ଦ୍ର ପାତ୍ର ଓ ସାମ୍ବାଦିକ ଶୁଭକାନ୍ତ ପଢିହାରୀ , ଅର୍ଜୁନ କୁମାର ସାହୁ , ଅକ୍ଷୟ କୁମାର ଦାସ ,ସତ୍ୟଜିତ ରାଉତ , ଐଶ୍ୱର୍ଯ୍ୟା ପରିଜା, ଅନିଲ କୁମାର ଦାସ ଓ କୁନି ପ୍ରତିଭା ରୁପାଲି ସାହଙ୍କୁୁ ସ°ଘ ପକ୍ଷରୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଆସନ୍ତା ନଭେମ୍ବରରୁ ଅନ୍ତଜିଲ୍ଲା ବରିଷ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ଫୁଟବଲ ଟୁର୍ଣ୍ଣାମେଟ କରାଯିବ ବୋଲି ସ୍ଥିର କରାଯିବା ସହ ଅସହାୟ ବରିଷ୍ଠ ନାଗରିକଙ୍କ ପାଇଁ ଆହାରର ବ୍ୟବସ୍ଥା କରାଯିବାକୁ ଆହାର କମିଟି ସଦସ୍ୟ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ଉପସଭାପତି ଅକ୍ଷୟ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଇ° ଦିଲ୍ଲୀପ କୁମାର ସାହୁ, ଆଇନଜୀବୀ ସସରେନ୍ଦ୍ର ସାହୁ ଓ ବିଜୟ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.