banner
Breaking

ଭୁବନେଶ୍ୱର କ୍ଲବର ସଭାପତି ରୂପେ ଅସିତ ତ୍ରିପାଠୀ ନିର୍ବାଚିତ।

0

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଅସିତ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବର ନୂତନ ସଭାପତି। କ୍ଲବର ସଭାପତି ପଦ ପାଇଁ ରାଜ୍ୟର ଦୁଇ ସଚିବଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ବିଜୟ ଲାଭ କରିଛନ୍ତି ଅସିତ ତ୍ରିପାଠୀ। ତାଙ୍କ ବିପକ୍ଷରେ ଲଢ଼ୁଥିବା ବିଜୟ ପଟ୍ଟନାୟକଙ୍କୁ ସେ ୨୭୮ ଭୋଟରେ ହରାଇଛନ୍ତି। ମୋଟ୍‌ ୧୨୭୨ ଭୋଟ୍‌ରୁ ଅସିତ୍‌ଙ୍କୁ ୭୭୮ ଭୋଟ୍‌ ମିଳିଛି। ୮ ବର୍ଷର ବ୍ୟବଧାନ ପରେ ଏହି ନିର୍ବାଚନ ପ୍ରକ୍ରିୟା ହୋଇଛି।

ନିର୍ବାଚନରେ ଜିତିବା ପରେ ଅସିତ କହିଛନ୍ତି ଯେ, କ୍ଲବକୁ କେବଳ ରାଷ୍ଟୁରେଣ୍ଟ, ବାରରେ ସୀମିତ ନ ରଖି ଯୁବ ପିଢ଼ିଙ୍କ ଉନ୍ନତି ସହ ସାଂସ୍କୃତିକ, ଶିକ୍ଷା, ଦିଗରେ କାର୍ଯ୍ୟ କରିବେ। ଏପରି କି ଭୁବନେଶ୍ୱର କ୍ଲବକୁ ସବୁଠି ପରିଚିତ କରାଇବେ ବୋଲି ସେ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.