banner
Breaking

ସମାଜସେବୀ ରବିନ୍ଦ୍ର କୁମାର ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା।

0

ଭୁବନେଶ୍ୱର : ବିଶିଷ୍ଠ ସମାଜସେବୀ, *ସଂକଳ୍ପ* (ବରିଷ୍ଠ ନାଗରିକ ସଂଘ) ର ପ୍ରାଣ ପ୍ରତିଷ୍ଠାତା ଓ ଆହୁରି ଅନେକ ସଂସ୍ଥାର କୁଶଳୀ ବିନ୍ଧାଣି, ଶୈଳଶ୍ରୀବିହାରର ହିତ୍ୟେସି ଏବଂ ଆମ୍ରପଲ୍ଲୀ, ଶୈଳଶ୍ରୀବିହାର ର ବାସିନ୍ଦା, ଶ୍ରୀ ରବିନ୍ଦ୍ର କୁମାର ମହାନ୍ତି, ଗତ ସେପ୍ଟେମ୍ବର ମାସ ୧୦ ତାରିଖରେ, କୋଭିଡ ରେ ପୀଡିତ ହୋଇ, ଇହଲୀଳା ସମ୍ବରଣ କରିଥିଲେ। ଏଥିପାଇଁ, ସାରା ଶୈଳଶ୍ରୀବିହାର ସହିତ, ଉତ୍ତର ଭୁବନେଶ୍ୱରରେ, ଶୋକର ଛାୟା ଖେଳି ଯାଇଥିଲା। ଶ୍ରୀ ମହାନ୍ତି, ପ୍ରତ୍ୟକ୍ଷ ଭାବରେ ବହୁତ ବରିଷ୍ଠ ନାଗରିକ ସଙ୍ଘ ସହିତ, ଓତଃପ୍ରୋତ ଭାବେ ଜଡ଼ିତ ଥାଇ, ଏବଂ ବିଶେଷତଃ, ସଂକଳ୍ପ ତରଫରୁ, କୋଭିଡ ସମୟରେ ଅତି ଗରିବ ଏବଂ ନିସ୍ୱ ଲୋକମାନଙ୍କୁ, ରାସନ ବାଣ୍ଟିବାରେ ପ୍ରମୁଖ ଭୂମିକା ନେଇଥିଲେ। ତାଙ୍କର ସରଳ ଜୀବନ ଶୈଳୀ, ସମସ୍ତଙ୍କ ସହିତ ଆତ୍ମୀୟତା ଭାବ, ଏବଂ ବଳିଷ୍ଠ ନେତୃତ୍ୱ ପାଇଁ, ଶୈଳଶ୍ରୀ ବିହାର ରେ, ସେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ, ଅଧିକାର କରିଥିଲେ, ତାଙ୍କର ଏକଦଶାହ ଦିବସ ଉପଲକ୍ଷେ, ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ, ଇଂଜିନିୟର ଏବଂ ବିଶିଷ୍ଠ ସମାଜସେବୀ ଶ୍ରୀ ଦିଲୀପ କୁମାର ସାହୁଙ୍କ ତତ୍ୱାବଧାନରେ ଏକାଦଶାହ ଦିବସର ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ ଶୈଳଶ୍ରୀ ବିହାର ତଥା ଆଖ ପାଖର ବହୁ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ତଥା ବହୁ ବିଶିଷ୍ଠ ବ୍ୟକ୍ତିମାନେ, *ସଂକଳ୍ପ* ର ସର୍ବଶ୍ରୀ ନିଧି ସେନାପତି (ଉପ ସଭାପତି), ଶ୍ରୀ ପାଣ୍ଡବ ବେହେରା, ସମ୍ପାଦକ, ଶ୍ରୀ ରବିନ୍ଦ୍ରନାଥ ସେନାପତି, ଉପ ସମ୍ପାଦକ, ଶ୍ରୀ ଦୟାନିଧି ପୃଷ୍ଟି, କୋଷାଧ୍ୟକ୍ଷ, ଶ୍ରୀ ରଜନୀକାନ୍ତ ପାଢ଼ୀ, ଶ୍ରୀ ଜୟନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତିମାନେ, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି, ବିଶିଷ୍ଠ ଆଇନଜୀବୀ ଶ୍ରୀ ମଧୁ ମାଧବ ଜେନା, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ, ଶ୍ରୀ ଯୁଗଳ କିଶୋର ସାହୁ, ବରିଷ୍ଠ ନାଗରିକ ସଙ୍ଘ, ପଟିଆ ର ଶ୍ରୀ ବିଜୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ଶ୍ରୀ ସମରେନ୍ଦ୍ର ସାହୁ ଓ ଶ୍ରୀ ବିଜୟ କୁମାର ପାତ୍ର, ଶ୍ରୀ ଦିଲୀପ କୁମାର ପାତ୍ର, ଶ୍ରୀ ମଦନ ମୋହନ ଭୂୟାଁ, ସମାଜସେବୀ ଶ୍ରୀମତୀ ମାନସୀ ରାୟ ପାଢ଼ୀ ଓ ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟ ଉପସ୍ଥିତ ରହି ଦିବଗନ୍ତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ
ଶୋକ ସଂତପ୍ତ ପରିବାରଙ୍କୁ, ଏଇ ଦୁର୍ଦିନରେ, ଧର୍ଯ୍ୟ, ସାହସ ଧରିବାକୁ, ଆଶ୍ୱାସନା ଦେଇଥିଲେ।
ତାଙ୍କର ସହଧର୍ମିଣୀ ଶ୍ରୀମତୀ ଗୀତାରାଣୀ ମହାନ୍ତି, ପୁତ୍ର ଶ୍ରୀ ରଜତ କୁମାର ମହାନ୍ତି, ପୁତ୍ରବଧୁ ଶ୍ରୀମତୀ ରୀତା ଅପରାଜୀତା ମହାନ୍ତି, ସୁକନ୍ୟା ଶ୍ରୀମତୀ ସୁସ୍ମିତା ମହାନ୍ତି, ଜ୍ୟୋଇଁ ନାତି, ନାତୁଣୀ ସମସ୍ତ ପରିବାର ବର୍ଗ, ଅମର ଆତ୍ମାର ସଦ୍ଗତି ନିମନ୍ତେ ବିଶ୍ୱ ନିୟନ୍ତା, ଶ୍ରୀ ଜଗନ୍ନାଥଙ୍କ ନିକଟରେ, ସମବେତ ପ୍ରାର୍ଥନା କରି, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.