banner
Breaking

ରୋଗୀଙ୍କ ସେବା ପାଇଁ ୫ ଟି ଆମ୍ବୁଲାନ୍ସ ଦେଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।

0

ଭୁବନେଶ୍ୱର,୨୩/୫(ଓଡ଼ିଆ ନ୍ୟୁଜ): କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ଭାବରେ ବ୍ୟାପୁଛି। ଭୁବନେଶ୍ୱର ହଟସ୍ପଟ ଭାବେ ଗଣା ହେଉଛି। ପ୍ରତି ଗଳି କନ୍ଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଲକଡାଉନ୍ କାରଣରୁ ସମସ୍ତ ଯାତ୍ରୀ ସେବା ଯାନବାହନ ବନ୍ଦ ରହିଛି। ଆକ୍ରାନ୍ତ ମାନେ ହସ୍ପିଟାଲ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ୍ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ପ୍ରାଇଭେଟ ଆମ୍ବୁଲାନ୍ସ ମନଇଚ୍ଛା ଟଙ୍କା ଦାବି କରୁଛନ୍ତି। ଯେଉଁଥି ପାଇଁ ନିମ୍ନ ମଧ୍ୟବିତ୍ତ ଲୋକମାନେ ବହୁ ଅସୁବିଧାରେ ପଡୁଛନ୍ତି।ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ ଏବଂ ଅପାତକାଳୀନ ରୋଗୀ ମାନେ ଉପକୃତ ହୋଇପାରିବେ |

ଏହି ଆମ୍ବୁଲାନ୍ସ ସେବା ପାଇବା ପାଇଁ  ଟୋଲ ଫ୍ରି ନମ୍ବର ୧୮୦୦୮୯୧୩୮୪୦ ସର୍ବସାଧାରଣଙ୍କ ନିମନ୍ତେ ଜାରି କରାଯାଇଛି  |  ସମାଜସେବା କ୍ଷେତ୍ରରେ ବିଧାୟକଙ୍କ ଏହି ଜନହିତକାରୀ କାର୍ଯ୍ୟ ଏକ ନୂତନ ମାଇଲ୍ଖୁଣ୍ଟ ସ୍ଥାପନ କରିବ |

Khansweb Solution Bhubaneswar

Leave A Reply

Your email address will not be published.