banner
Breaking

ଶିକ୍ଷାବିତ୍ ସନ୍ତୋଷ ଦାସଙ୍କ ପରଲୋକ।

0

ଭୁବନେଶ୍ୱର,୨୦/୫:-ଶୈଳଶ୍ରୀବିହାର ଓ ନିଳାଦ୍ରୀବିହାର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ସନ୍ତୋଷ ଦାସଙ୍କର ବୁଧବାର ରାତ୍ର ୩ଟା ସମୟରେ କରୋନାରେ ପରଲୋକ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସେ କରୋନାରେ ପିଡିତ ହୋଇ ପଟିଆ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ରାତ୍ର ୩ଟା ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ସର୍ଗତ ଦାସ ଜଣେ ମିଷ୍ଠଭାଷୀ ,ପରୋଉପକାରୀ ,ସରଳ ,ନିଷ୍କପଟ , ଆମାୟିକ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସମାଜ ସେବା ଓ ଶିକ୍ଷାକ୍ଷେତ୍ରରେ ତାଙ୍କର ବଳିଷ୍ଠ ପଦକ୍ଷେପ ପାଇଁ ଲୋକପ୍ରିୟ ଥିଲେ । ସେ ଆଇସିଏର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିଲେ । ସେ ଜଣେ ବ୍ୟକ୍ତି ନଥିଲେ ସେଥିଲେ ଜଣେ ଅନୁଷ୍ଠାନ। ସାଙ୍ଗଠନିକ ଦକ୍ଷତାରେ ସେ ପାରଙ୍ଗମ ଥିଲେ । ଅଞ୍ଚଳର ତଥା ରାଜ୍ୟର ବିଭିନ୍ନ ସଂଗଠନ ଯଥା ରାଜଧାନୀ ଅଟୋ ମହାସଂଘର କାର୍ଯ୍ୟକାରୀ ସଭାପତି , ଜୟବଜରଙ୍ଗବାଲୀ ଅଟୋ ସଂଘର ସଭାପତି ,ସର୍ପେଶ୍ୱର ଚାରିଟେବୁଲ ଟ୍ରଷ୍ଟର ଅଧକ୍ଷ,ନୀଳାଦ୍ରି ବିହାର ଯୁବ ସାସ୍କୃତିକ ସ°ଘର ସକ୍ରିୟ ସଦସ୍ୟ ଓ ବିଭିନ୍ନ ସଂଗଠନର ସକ୍ରୀୟ ସଦସ୍ୟ ଭାବରେ ସୁଚାରୁ ରୁପେ କାର୍ଯ୍ୟନିର୍ବାହ କରିଛନ୍ତି । ସେ ଏକାଧାରରେ ଜଣେ ବାଗ୍ନୀ ,ରାଜନୈତିଜ୍ଞ.ଶିକ୍ଷାବିତ୍ ,ସମାଜସେବୀ ଓ ସାମ୍ବାଦିକ ଥିଲେ । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.