banner
Breaking

ପୋଲିସଙ୍କୁ ସହଯୋଗର ହାତ ବଢାଇଲେ ଷଷ୍ଠ ଶ୍ରେଣୀ ଛାତ୍ର।

0

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଅନେକ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥଳେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ର ଇସାନ ନାୟକ। ନିଜ ସଞ୍ଚିତ ଅର୍ଥରୁ ୪୩ ହଜାର ଟଙ୍କା ପୋଲିସ ବିଭାଗକୁ ସେ ଦାନ କରିଛନ୍ତି। ସୋମବର କମିଶନରେଟ ପୋଲିସର ମୁଖ୍ୟାଳୟରେ ପହଞ୍ଚତ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ସେ ଏହି ଅର୍ଥ ପ୍ରଦାନ କରିଛନ୍ତିି। ଏ ନେଇ ଇସାନ କହିଛନ୍ତି, ଖେଳନା ତ ସମସ୍ତେ କିଣୁଛନ୍ତି କିନ୍ତୁ ସଞ୍ଚୟ କରିଥିବା ଟଙ୍କା କିଛି ଭଲ କାର୍ଯ୍ୟରେ ବିନିଯୋଗ କରିବା ଏକ ପୁଣ୍ୟ କାମ। ତେଣୁ ସେ ଏହି ଟଙ୍କା ପୋଲିସ ବିଭାଗକୁ ଦାନ କରିଛନ୍ତି ବୋଲି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.