banner
Breaking

ଭୁବନେଶ୍ୱରରେ କମୁନି ସ°କ୍ରମଣ। ଆଜି ୧୩୫୩ ପଜିଟିଭ ଚିହ୍ନଟ।

0

ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରୁ ରବିବାର ପୁଣି ୧୩୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୧୮ ଜଣ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୧୩୫ ରହିଛନ୍ତି। ୯୩୮ କରୋନାରୁ ସୁସ୍ଥ ହୋଇ ଘେରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଲକ୍ଷ୍ମୀସାଗରରୁ ୪୫, ମଞ୍ଚେଶ୍ୱରରୁ ୧୬, ନୀଳାଦ୍ରିବିହାରରୁ ୨୫, କଳ୍ପନାରୁ ୧୦, ବରମୁଣ୍ଡାରୁ ୨୮, ଜୟଦେବ ବିହାରରୁ ୨୦, ଆଚାର୍ଯ୍ୟବିହାରରୁ ୫, ଖଣ୍ଡଗିରିର ୪୫, ବମିଖାଲରୁ ୧୨, ହଂସପାଳରୁ ୫, ସିଆରପିଏଫ କ୍ୟାମ୍ପସରୁ ୨, ୟୁନିଟ-୮ ୨୫, ଚନ୍ଦ୍ରଶେଖରପୁର ୩୦, ରସୁଲଗଡ଼ ୩୭, ଶହୀଦନଗର ୩୬, ପୋଖରୀପୁଟ ୨୩, ପଟିଆ ୧୦୨, ନୟାପଲ୍ଲୀରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.